ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଯୋଗାଣ ନିରୀକ୍ଷକ

ଜଟଣୀ,୭।୨(ଡି.ଏନ.ଏ.): ଖୋର୍ଦ୍ଧା ବ୍ଲକର ମହିଳା ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିଆରୀ ୨୦ ହଜାର ଟଙ୍କା ଲାଞ୍ଚ ଡିଲରମାନଙ୍କଠାରୁ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗୁରୁବାର ଧରା ପଡ଼ିଛନ୍ତି। ପ୍ରତିମାସରେ କିରୋସିନ ଉଠାଣ ଅନୁମତି ଦେବା ପାଇଁ ଡିଲରମାନଙ୍କଠାରୁ ଲିଟର ପିଛା ୮୦ ପଇସା ଲେଖାଏଁ ଲାଞ୍ଚ ସେ ଦାବି କରିଥାନ୍ତି। ଏହିପରି ୧୬ ଜଣ ଡିଲରଙ୍କଠାରୁ ୩୫ ହଜାର ଲିଟର କିରୋସିନ ପାଇଁ ପ୍ରତିମାସରେ ୨୮ ହଜାର ଟଙ୍କା ନେଇଥାନ୍ତି। ଏଥିରେ ଅମଙ୍ଗ ହେଲେ ହୋଲସେଲରଙ୍କଠାରୁ କିରୋସିନ ଉଠାଣ ପାଇଁ ଡିଲରଙ୍କ ଟାଲି ରେଜିଷ୍ଟ୍ରାରରେ ଦସ୍ତଖତ କରି ନ ଥାନ୍ତି। ଯୋଗାଣ ନିରୀକ୍ଷକଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ପଲା ଅଞ୍ଚଳର ଡିଲର ଅମ୍ବିକା ପ୍ରସାଦ ଦାସ ଭିଜିଲାନ୍ସକୁ ଜଣାଇଥିଲେ। ଫଳରେ ଗୁରୁବାର ୧୬ ଜଣ ଡିଲର ୨୦ ହଜାର ଟଙ୍କା ଯୋଗାଣ ନିରୀକ୍ଷକ ମାର୍ଶାଲିନ୍‌ଙ୍କୁ ପ୍ରଦାନ କରିଥିଲେ। ସେ ଉକ୍ତ ଯଙ୍କାକୁ ଭ୍ୟାନିଟ୍‌ ବ୍ୟାଗରେ ରଖୁଥିଲେ ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ମାର୍ଶାଲିନ୍‌ଙ୍କୁ ଧରିଥିଲେ। ଏଥିସହ ତାଙ୍କର ଭୁବନେଶ୍ୱର ଡୁମୁଡୁମାସ୍ଥିତ ବାସଭବନ ଓ ବ୍ଲକ ଉପରେ ଚଢ଼ାଉ ଚାଲିଥିବା ଜଣାପଡିଛି।