ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ରେଞ୍ଜର କେଶବ ମାଝି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ କେସିଙ୍ଗା ଓମ ନଗରପଡାସ୍ଥିତ ବାସ ଭବନ, କେଗାଁ ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର ଓ ବ୍ରାହ୍ମଣୀର ପୈତୃକ ଘରେ ଏକକାଳିନ କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।
ଚଢ଼ାଉ ସମୟରେ ରେଞ୍ଜର ମାଝି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଖାତା ରହିବା ସହିତ ନଗଦ ୨ ଲକ୍ଷ ୭୮ ହଜାର ୬୪୦ ଟଙ୍କା ଜମା, ବ୍ୟାଙ୍କ ଓ ବୀମାରେ ୩୩ ଲକ୍ଷ ଟଙ୍କା ଜମା ଥିବା, ୨୦୨୦ରେ କେସିଙ୍ଗା ଓମ ନଗର ପଡ଼ାରେ ନିର୍ମିତ ୩ ମହଲା କୋଠା ଯାହାର ଦାମ ୧ କୋଟି ୧୮ ଲକ୍ଷରୁ ଊଦ୍ଧର୍‌ବ, କେସିଙ୍ଗା ସହର ଆଖପାଖରେ ୪ଟି ପ୍ଲଟ ରହିଥିବା ଜଣାପଡିଛି। ପ୍ଲଟଗୁଡିକ ହେଲା କେସିଙ୍ଗା ବ୍ରାହ୍ମଣୀରେ ୧ ଏକର.୬୬ ଡିସମିଲ ଓ ୧ ଏକର ୩୬ ଡିସମିଲ, କେସିଙ୍ଗା ସହରରେ ୧୧ ଡିସମିଲ, ବୋରିଙ୍ଗ ପଦରରେ ୬୨ ଡିସମିଲର ପ୍ଲଟ ରହିଥିବା ସୂଚନା ମିଳିଛି। ସେହିପରି ୪୭୭ ଗ୍ରାମ ସୁନା ଅଳଙ୍କାର, ୩୨୦ ଗ୍ରାମ ରୁପା, ୨ଟି ଚାରିଚକିଆ ଯାନ, ବୁଲେଟ ଆଦି ବହୁ ସାମଗ୍ରୀ ଠାବ ହୋଇଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୨.୪୫ କୋଟି ବୋଲି ସୂଚନା ମିଳିଛି। ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ସୁଶାନ୍ତ ବିଶ୍ୱାଳ, ଭବାନୀପାଟଣା ଡିଏସ୍‌ପି ସଦାନନ୍ଦ ପାଣି, ନବରଙ୍ଗପୁର ଡିଏସ୍‌ପି କଳାବତୀ ବାଗ, ଇନ୍ସପେକ୍ଟର ସାବିତ୍ରୀ ପ୍ରଧାନ, ପ୍ରମିଳା ସୁନା, ଆଲୋକ ମହାପାତ୍ର ପ୍ରମୁଖ ୧୨ଜଣିଆ ଟିମ୍‌ ସାମିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri