Categories: ରାୟଗଡା

ଭିଜିଲାନ୍ସ ଜାଲରେ ଏଆରଆଇ

ନବରଙ୍ଗପୁର,୧୯।୧୨(ବି.ପ୍ର.)-ନବରଙ୍ଗପୁର ଜିଲା କୋଡିଙ୍ଗା ତହସିଲ ଅଧୀନ ବଡଆମ୍ବଡା ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନିରିକ୍ଷକ(ଏଆରଆଇ) ହରିବନ୍ଧୁ ରନ୍ଧାରୀ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତିି । କୋଷାଗୁମୁଡା ବ୍ଲକ ଅଞ୍ଚଳା ଗାଁର ଘାସିରାମ ହରିଜନଙ୍କ ଜମି ସୀମା ଚିହ୍ନଟ ପାଇଁ ହରିବନ୍ଧୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଘାସିରାମ ୫ ଶହ ଟଙ୍କା ଦେଇଥିଲେ । କିନ୍ତୁ ଏଆରଆଇ ଜମି ସୀମା ଚିହ୍ନଟ ନ କରି ଘାସିରାମଙ୍କୁ ବହୁ ହଇରାଣ କରିଥିଲୋ ଏନେଇ ଘାସିରାମ ଜୟପୁର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଘାସିରାମ ଗୁରୁବାର ୧୫ଶହ ଟଙ୍କା ହରିବନ୍ଧୁଙ୍କୁ କାର୍ଯ୍ୟାଳୟରେ ଦେଇଥିଲେ । ଏହି ସମୟରେ ଏଆରଆଇ ରନ୍ଧାରୀଙ୍କ ଠାରୁ ଭିଜିଲାନ୍ସ ଅଧିକାରୀ ମାନେ ଟଙ୍କା ଜବତ କରିବା ସହ ଗିରଫ କରି ଜୟପୁର ନେଇଯାଇଥିଲେ । ଚଢାଉରେ ରାୟଗଡା ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ, ଇନ୍ସପେକ୍ଟର ବିନୟ କୁମାର ରାୟ, ପ୍ରମିଳା ସୁନା ଓ ଦିନବନ୍ଧୁ ବେହେରା ରହିଥିଲେ । ଏନେଇ ଏକ ମାମଲା ରୁଜୁ ହୋଇଛି ।