ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ମାଳି, ୪ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଉଦଳା,୨୭।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗ ମାଳି ଉଦ୍ଧବ ବେହେରା। ଶୁକ୍ରବାର ଉଦ୍ଦବଙ୍କ ୪ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ାଉ କରିଛି। କପ୍ତିପଦା ବ୍ଲକ ବଡ଼ାମପଦାସ୍ଥିତ ବାସଭବନ ସମେତ ଶ୍ୱଶୁର ଘର ନୁଦଡ଼ିହା, ଫାର୍ମ ହାଉସ୍‌, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।