ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଶୁକ୍ରବାର ସାହୁଙ୍କ ବେତନଟୀ ସ୍ଥିତ ବାସଭବନ ଓ ବାରିପଦାସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ସେହିଭଳି ସାହୁଙ୍କ ସମ୍ପର୍କୀୟମାନଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଉଛି। ଚଢ଼ାଉ ବେଳେ ବହୁ ପରିମାଣର ସମ୍ପତ୍ତି ମିଳିଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ସନ୍ଧ୍ୟା ସୁଦ୍ଧା ସମସ୍ତ ସମ୍ପତ୍ତିର ଆକଳନ ଶେଷ ହେବ ବୋଲି ସେ କହିଛନ୍ତି।