Categories: ଜାତୀୟ

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ମୋଦିଙ୍କ ସହ ମିଶି ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ଟ୍ରମ୍ପ ସେଠାରେ ଥିବା ଭିଜିଟର୍ସ ବୁକରେ ଦସ୍ତଖତ କରିଥିଲେ। ଏହି ସମୟରେ ସେ ମୋଦିଙ୍କର ପ୍ରଶଂସା କରି କହିଥିଲେ ମୋଦି ହେଉଛନ୍ତି ତାଙ୍କର ଜଣେ ଭଲ ବନ୍ଧୁ, ଭାରତ ଗସ୍ତ ତାଙ୍କ ପାଇଁ ଅତି ଉତ୍କୃଷ୍ଟ ଯାତ୍ରା, ଧନ୍ୟବାଦ ମୋଦି। (‘To my great friend Prime Minister Modi…Thank You, Wonderful Visit!’) ସୂଚନାଯୋଗ୍ୟ, ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ, ଜ୍ୱାଇଁ ଓ କେତେଜଣ ବରିଷ୍ଠ ଅଧିକାରୀଙ୍କ ସହ ଭାରତ ଗସ୍ତ କରିଛନ୍ତି।

Share