Categories: ଜାତୀୟ

ଭିଜା ବାତିଲ ଯୋଗୁ କ୍ଷତି ହେବ ୮୫୦୦ କୋଟି

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ମହାମାରୀ ଭାରତୀୟ ପର୍ଯ୍ୟଟନ, ବିମାନ ଚଳାଚଳ ସେକ୍ଟରକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଯାଉଛି। ସଂକ୍ରମଣ ଭୟରେ ସରକାର ମାସେ ପାଇଁ ଭିଜା ସ୍ଥଗିତ ରଖିଥିବାରୁ ଦେଶ ୮୫୦୦ କୋଟି ଟଙ୍କା କ୍ଷତି ସହିବ ବୋଲି ବିଭିନ୍ନ ଶିଳ୍ପ ସଂଗଠନ ପକ୍ଷରୁ କୁହାଯାଇଛି। ଭିଜା ବନ୍ଦ ଯୋଗୁ ପର୍ଯ୍ୟଟନ, ଭ୍ରମଣ ଓ ବିମାନ ଚଳାଚଳ ସେକ୍ଟରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଏହି ସେକ୍ଟରରେ ଅନେକ ନିଯୁକ୍ତି ହରାଇବେ ବୋଲି ଭାରତୀୟ ଟୁର୍‌ ଅପରେଟର୍ସ ଆସୋସିଏଶନ ଏବଂ ଆସୋଚାମ୍‌ ପକ୍ଷରୁ କୁହାଯାଇଛି। ତେଣୁ ସରକାର ଭିଜା ବାତିଲ ନିଷ୍ପତ୍ତିର ପୁନର୍ବିଚାର କରି ନିର୍ଦ୍ଦିଷ୍ଟ କେତେକ ସହରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

Share