Posted inଖେଳ

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ୨୦୧୬ ମସିହାରୁ ବନ୍ଦ ରହିଥିବା ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ଓସିଏ ନିଷ୍ପତ୍ତି ନେଇଛି। ସଫଳ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା କ୍ରିକେଟର ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଓସିଏ ଲକ୍ଷ୍ୟ ରଖିଛି।

ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ଏବଂ ତା’ର ନବନିର୍ବାଚିତ ପ୍ରତିନିଧିମାନେ କ୍ରିକେଟ୍‌ ପାଇଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଖୁସିର କଥା। ଓଡ଼ିଶା କ୍ରିକେଟ୍‌କୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ କରିବା ପାଇଁ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା ତାଙ୍କର ଭିଜନ ୨୦୨୪ ଲାଗି ଏକ ସୁନ୍ଦର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏହାର ସଫଳ ପ୍ରୟୋଗ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ଓଡ଼ିଶା କ୍ରିକେଟ୍‌ ପାଇଁ ବେଶ୍‌ ସଫଳତା ଆଣିବ ଏହା ଆଶା କରାଯାଉଛି। ପ୍ରଥମ ଚ୍ୟାଲେଞ୍ଜ ଭାବେ ଗତ ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଏକଦିବସୀୟ ମ୍ୟାଚକୁ ସଫଳତାର ସହ ଆୟୋଜିତ କରାଇଛନ୍ତି। ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଓସିଏର କାର୍ଯ୍ୟଶୈଳୀକୁ ବେଶ୍‌ ପସନ୍ଦ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଅନେକ ଅନ୍ତର୍ଜାତୀୟ ମ୍ୟାଚ ଘରୋଇ ସିରିଜରେ ଅନୁଷ୍ଠିତ କରିବାକୁ ଯାଉଛି ବୋଲି ଗାଙ୍ଗୁଲି କହିଛନ୍ତି। ଦ୍ୱିତୀୟରେ ଟେଷ୍ଟ ମ୍ୟାଚ ଆୟୋଜନ କରିବାର ମାନ୍ୟତା ହରାଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ ପୁନର୍ବାର ଟେଷ୍ଟ ମ୍ୟାଚ ଆୟୋଜନ କରିବା ପାଇଁ ବିସିସିଆଇଠାରୁ ଗ୍ରୀନ୍‌ ସିଗ୍‌ନାଲ ଲାଭ କରିବା। ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପରି ଦଳ ଟେଷ୍ଟ ମ୍ୟାଚ ପାଇଁ ଭାରତ ଗସ୍ତ ଅବସରରେ ଟେଷ୍ଟ ମ୍ୟାଚ ଆୟୋଜନ କରିବା ଲାଗି ଓସିଏକୁ ସୁଯୋଗ ମିଳିବା ଆଶା କରାଯାଇପାରେ। ଓସିଏର କ୍ରିକେଟ ଭିତ୍ତିଭୂମି ନେଇ କୌଣସି ସମସ୍ୟା ନାହିଁ। ସମସ୍ତ ପ୍ରକାର ଅତ୍ୟାଧୁନିକ ଉପକରଣ ସହିତ ଯେ କୌଣସି ପରିସ୍ଥିତିରେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ କରାଇବାର ଦକ୍ଷତା ରଖିଛି ଓସିଏ। ଭବିଷ୍ୟତରେ ଟେଷ୍ଟ ମ୍ୟାଚ ବାରବାଟୀରେ ଅନୁଷ୍ଠିତ ହେଲେ ଅନେକ କ୍ରିକେଟ୍‌ ପ୍ରେମୀ ଏବଂ ଯୁବ କ୍ରିକେଟ ଖେଳାଳି ବେଶ୍‌ ଉପକୃତ ହେବେ। ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟର ଆୟୋଜନ ପାଇଁ ମଧ୍ୟ ବିସିସିଆଇ ଉପରେ ଚାପ ପକାଇବା ସହ ଏପରି ଟେଷ୍ଟ ମ୍ୟାଚକୁ ସଫଳତାର ସହିତ ଆୟୋଜନ କରିବାକୁ ଓସିଏ ସକ୍ଷମ ତାହା ଆମକୁ ପ୍ରମାଣ କରିବାର ସମୟ ଆସିଛି। ସମସ୍ତ ଦୃଷ୍ଟି କୋଣରୁ ଏହି ସର୍ବପୁରାତନ ସୁନ୍ଦର ବାରବାଟୀ ଷ୍ଟାଡିୟମର ବ୍ୟାପକ ସୌନ୍ଦର୍ଯ୍ୟକରଣ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଆବଶ୍ୟକ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାର କ୍ଲବ କ୍ରିକେଟ୍‌କୁ ଅଧିକ କ୍ରିୟାଶୀଳ କରାଇବା ସହିତ ଏହାକୁ ବ୍ୟାପକ କରାଯିବା ଆବଶ୍ୟକ। ଯଦିଓ ଏହି ଯୋଜନା ଓସିଏ ପକ୍ଷରୁ ଆରମ୍ଭ କରାଯାଇଛି ତଥାପି ଏହାକୁ ଗୁରୁତ୍ୱର ସହିତ ନେବାର ସମୟ ଉପନୀତ ହୋଇଛି। ପ୍ରତ୍ୟେକ ଜିଲା ଆସୋସିଏଶନଗୁଡିକୁ ଅଧିକ ମାତ୍ରାରେ ବିଭିନ୍ନ ବୟସ ବର୍ଗର ଏପରି ଟୁର୍ନାମେଣ୍ଟ ଆୟୋଜନ କରିବାର ଅଧିକାର ଦେବା ସହିତ ଉପଯୁକ୍ତ ପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କର ଦକ୍ଷତା ବିକାଶ ପାଇଁ ଉପଯୁକ୍ତ ସୁଯୋଗ ଦେବା। ତୃଣମୂଳ ସ୍ତରରୁ ପ୍ରତିଭା ଚୟନ କରି ସେମାନଙ୍କୁ ସ୍ଥାପିତ କ୍ରିକେଟ୍‌ ଏକାଡେମୀରେ ଟ୍ରେନିଂ ଦେବାର ବ୍ୟବସ୍ଥା କରାଗଲେ ଓଡ଼ିଶା କ୍ରିକେଟ୍‌ର ନିଶ୍ଚିତ ଉନ୍ନତି ହେବ। ଓଡ଼ିଶା କ୍ରିକେଟ୍‌ ଏକାଡେମୀ ବହୁ ଆଗରୁ ପ୍ରତିଷ୍ଠା ହୋଇଛି। ତେବେ ଏହାକୁ ଅଧିକ ବ୍ୟାପକ କରାଯିବା ସହିତ ଦକ୍ଷ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ କୋଚ୍‌ମାନଙ୍କୁ ଟ୍ରେନିଂ ଦିଆଯିବା ସହ ମ୍ୟାଚ ଖେଳିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏଥି ମଧ୍ୟରେ କ୍ଲବମାନଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଅନେକ ଯୁବ ଖେଳାଳି ଓଡ଼ିଶାର ବିଭିନ୍ନ ବର୍ଗରେ ସୁଯୋଗ ପାଇବା ବେଶ୍‌ ଖୁସିର କଥା। ଓଡ଼ିଶାରେ କ୍ରିକେଟ୍‌ ଋତୁରେ ଶତାଧିକ ଛୋଟ ବଡ ଟୁର୍ନାମେଣ୍ଟ କ୍ଲବ୍‌ମାନଙ୍କ ଦ୍ୱାରା ଆୟୋଜିତ ହୋଇଥାଏ। କେତେଗୁଡିଏ ମ୍ୟାଚ ଟର୍ଫ ଉଇକେଟରେ ଖେଳାଯାଉଥିବା ବେଳେ ଅଧିକାଂଶ ମ୍ୟାଚ ମ୍ୟାଟିଂ ଉଇକେଟରେ ଖେଳାଯାଏ। ଏହି ଦୁଇଟିରେ ମ୍ୟାଚ ଖେଳିବା ଭିନ୍ନ ଅଭିଜ୍ଞତା ଖେଳାଳିମାନଙ୍କ ପାଇଁ ଆଣିଥାଏ। ତେଣୁ ପ୍ରତ୍ୟେକ ଜିଲାରେ ଟର୍ଫ ଉଇକେଟ ନିର୍ମାଣ କରିବା ସହିତ ତା’ର ରକ୍ଷଣାବେକ୍ଷଣ ପାଇଁ ଓସିଏ ଯନତ୍ବାନ ହେବା ଆବଶ୍ୟକ। ପୂର୍ବରୁ କେତେଗୁଡିଏ ଜିଲାରେ ଓସିଏ ପକ୍ଷରୁ ବିଭିନ୍ନ ଷ୍ଟାଡିୟମରେ ଟର୍ଫ ଉଇକେଟ ନିର୍ମାଣ କରାଯାଇଛି। ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖେଳାଳିମାନେ ଅଭ୍ୟାସ କରିପାରୁନାହାନ୍ତି।
ସବୁଠାରୁ ଖୁସିର କଥା ୨୦୧୬ ମସିହାରୁ ବନ୍ଦ ରହିଥିବା ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ପୁଣିଥରେ ଓସିଏ ଉଦ୍ୟମ ଆରମ୍ଭ କରିଛି। ଖେଳାଳି ଚୟନ ପ୍ରକ୍ରିୟା ସ୍ବଚ୍ଛ ହେବା ଆବଶ୍ୟକ। ବୟସ ବର୍ଗ ପ୍ରତି ଆମେ ଯଥେଷ୍ଟ ଦୃଷ୍ଟିଦେବା ଦରକାର। ଏହା ସ୍ବୀକାର୍ଯ୍ୟ ଯେ ଆମ ରାଜ୍ୟ ମହିଳା କ୍ରିକେଟ୍‌ ଖେଳାଳି ସୃଷ୍ଟି କରିବାରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆଗରେ ରହିଛି। ଅନେକ ପ୍ରତିଭାବାନ ମହିଳା ଖେଳାଳି ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆମ ପାଇଁ ଖୁସିର କଥା। ଏଥିପାଇଁ ଓସିଏର ସ୍ବତନ୍ତ୍ର ଭିଜନ ରହିବା ଆବଶ୍ୟକ। ଆମକୁ ଆଗାମୀ ଦିନରେ ଆଇପିଏଲ ମ୍ୟାଚକୁ ଓଡ଼ିଶାକୁ ଫେରାଇ ଆଣିବାକୁ ହେବ। ସର୍ବୋଚ୍ଚ ଘରୋଇ ଟୁର୍ନାମେଣ୍ଟ କଳାହାଣ୍ଡି କପକୁ ଅଧିକ ଆକର୍ଷଣୀୟ କରିବାର ମଧ୍ୟ ଆବଶ୍ୟକତା ରହିଛି। ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ)ର ପ୍ରତ୍ୟାବର୍ତ୍ତନ ଖେଳାଳିମାନଙ୍କ ମନରେ ନୂତନ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିବା ସହିତ ଓଡ଼ିଶା କ୍ରିକେଟ୍‌କୁ ଏକ ନୂତନ ଦିଶା ଦେବା ସହିତ ଓସିଏର ଭିଜନ ୨୦୨୪କୁ ସାର୍ଥକ କରିବ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri