Categories: ଜାତୀୟ

ଭାସ୍କର ଖୁଲ୍‌ବେ, ଅମରଜିତ୍‌ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ,୨୨ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶତାଦା ଭାବେ ଦୁଇଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ ଭାସ୍କର ଖୁଲ୍‌ବେ ଓ ଅମରଜିତ୍‌ ସିହ୍ନା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଦୁହେଁ ସଚିବ ସ୍ତର ପଦବୀରେ ଅବସ୍ଥାପିତ ହେବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି (ଏସିସି) ଶୁକ୍ରବାର ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଉଭୟେ ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ପଶ୍ଚିମବଙ୍ଗ କ୍ୟାଡର୍‌ର ଅଧିକାରୀ ଭାସ୍କର ପିଏମ୍‌ଓରେ କାର୍ଯ୍ୟ କରିଥିଲେ। ସେହିପରି ବିହାର କ୍ୟାଡର୍‌ର ଅମରଜିତ୍‌ ଗତବର୍ଷ ଗ୍ରାମ୍ୟ ଉନ୍ନୟନ ସଚିବ ପଦରୁ ଅବସର ନେଇଥିଲେ। ଏବେ ଦୁହିଁଙ୍କୁ ପିଏମ୍‌ଓରେ ୨ ବର୍ଷ ପାଇଁ ଠିକାରେ ନିଯୁକ୍ତି ମିଳିଛି।

Share