ଭାଷାକୁ ଭଲ ପାଇଲେ ସମୃଦ୍ଧ ହେବ ସାହିତ୍ୟ

ଢେଙ୍କାନାଳ ଅଫିସ, ୩।୨: ମାଟି ମା’ ଓ ଭାଷାକୁ ସମସ୍ତେ ଭଲ ପାଇବା ଜରୁରୀ। ଭାଷାକୁ ଭଲ ପାଇଲେ ସୁରକ୍ଷିତ ହେବ ଏବଂ ଆମ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ରବିବାର ଆୟୋଜିତ ସନ୍ଧ୍ୟାତାରା ସାହିତ୍ୟ ସଂସଦର ୪୧ତମ ବାର୍ଷିକ ସାରସ୍ବତ ମହୋତ୍ସବ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର-କଟକ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଲେ, ଆଜିର ଦିନରେ ସାହିତ୍ୟର ପରିଭାଷା ବ୍ୟାପକ ଭାବେ ବଦଳୁଛି। ସାହିତ୍ୟ ଲେଖିବା ଏବଂ ଲେଖି ଜଣାଶୁଣା ହେବା ପାଇଁ ପ୍ରତିଯୋଗିତା ଲାଗିଛି। ସତ୍ୟ ଅପ୍ରାସଙ୍ଗିତା ହେଲେ ସାହିତ୍ୟ କୋଳାହଳରେ ପରିଣତ ହୁଏ ା ସାହିତ୍ୟରେ ଔଦ୍ଧତ୍ୟର ସ୍ଥାନ ନାହିଁ ା ଅନୁକମ୍ପା, ସୃଜନଶୀଳତା, ନକଲ ଛାଡ଼ିବା, ନୂଆକଥା ଲେଖିବା, ସହଭାଗିତା ରହିଲେ ସାହିତ୍ୟ ପ୍ରାସଙ୍ଗିକ ହେବ ବୋଲି କମିଶନର ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ସୁରଥଚନ୍ଦ୍ର ମଲ୍ଲିକ କହିଲେ, ସାମାଜିକ ମୂଲ୍ୟବୋଧର ଅବକ୍ଷୟ ସମାଜ ପାଇଁ ଶୁଭଙ୍କର ନୁହେଁ। ସାହିତ୍ୟର ସ୍ରଷ୍ଟାମାନେ ଲେଖନୀ ମୁନରେ ସାମାଜିକ ମୂଲ୍ୟବୋଧର ବାର୍ତ୍ତା ପ୍ରଦାନ କରିବା ଉଚିତ। ମାନସିକତାରେ ପରିବର୍ତ୍ତନ ଆସିଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି ସେ ମତ ରଖିଥିଲେ।
ସଂସଦର ସଭାପତି ଡ. ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅନୁଷ୍ଠାନର ମୁଖପତ୍ର ‘ସନ୍ଧ୍ୟାତାରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପ୍ରଫେସର ବିରଜା କୁମାର ତ୍ରିପାଠୀଙ୍କୁ ସନ୍ଧ୍ୟାତାରା ସାରସ୍ବତ ସାହିତ୍ୟ ସମ୍ମାନ, ବିଶିଷ୍ଟ ବ୍ୟଙ୍ଗ ସାହିତି୍ୟକ ମାଧବଚନ୍ଦ୍ର ସ୍ବାଇଁଙ୍କୁ ହାସ୍ୟବିଦୁଷୀ ପଙ୍କଜିନୀ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ହାସ୍ୟବ୍ୟଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ବିଶିଷ୍ଟ କବି ରବି ସିଂଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିସହ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଂସ୍କୃତ ସମ୍ଭାଷଣ, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଧାରଣ ସମ୍ପାଦକ ଶରତ ମିଶ୍ର ଭରଦ୍ୱାଜ, ସହ ସମ୍ପାଦକ ମନୋରଞ୍ଜନ ସାହୁ, ଉପସଭାପତି ଭବାନୀକାନ୍ତ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏଥିପୂର୍ବରୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଉଦ୍‌ଘାଟନ ଓ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ସାଢ଼େ ୨ଟାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରାବନ୍ଧିକ ଇଂ. ରୁଦ୍ର ପ୍ରସାଦ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ‘ସାହିତ୍ୟ ସୃଜନ: ବରଦାନ ନା ଉପାସନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଆଲୋଚକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି କବି ଡ. ହୁସେନରବି ଗାନ୍ଧୀ, ଶିକ୍ଷାବିତ୍‌ ପ୍ରଫେସର ଶାନ୍ତନୁ କୁମାର ସର, ଡ. ଦୁର୍ଗାମାଧବ ପୃଷ୍ଟି ପ୍ରମୁଖ ଯୋଗଦେଇ ନିଜସ୍ବ ମତ ରଖିଥିଲେ। ଶିକ୍ଷାବିତ୍‌ ପ୍ରଫେସର ଧନେଶ୍ୱର ସାହୁ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ ନିରଦାନନ୍ଦ ନନ୍ଦ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri