ଭାଷଣରେ ଚତୁରତା

କବିତାରୁ କୂଟନୀତି
ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବେଶ୍‌ ବିଜ୍ଞତାର ସହ ସିନ୍ଧୁ-ସରସ୍ବତୀ ସଭ୍ୟତାଠାରୁ ଆରମ୍ଭ କରି ରାଜନୀତି, କୂଟନୀତି, ଅର୍ଥନୀତି ଏବଂ ଉତ୍ତମ ରାଷ୍ଟ୍ରଗଠନ ନେଇ ଗୋଟିଏ ପରେ ଗୋଟିଏ ଉଦାହରଣ କବିତା ଓ ଶ୍ଳୋକ ମାଧ୍ୟମରେ ରଖିଥିଲେ। ଅର୍ଥମନ୍ତ୍ରୀ ପ୍ରଥମେ ଶୁଣାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଖ୍ୟାତିସମ୍ପନ୍ନ କବି ପଣ୍ଡିତ ଦୀନାନାଥ କୌଲଙ୍କ କଶ୍ମୀର କବିତାର ହିନ୍ଦୀ ଭାବାନୁବାଦ। ‘ହମାରା ଓ୍ବତନ ଖିଲତେ ହୁଏ ଶାଲିମାର ବାଗ୍‌ ଜୈସା… ହମରା ଓ୍ବତନ ଡାଲ ଝିଲ୍‌ ମେଁ ଖିଲତା କମଲ ଜୈସା… ନୌଯବାନେଁାକେ ଗରମ ଖୁନ୍‌ ଜୈସା… ମେରା ଓ୍ବତନ… ତେରା ଓ୍ବତନ… ହମାରା ଓ୍ବତନ… ଦୁନିଆକା ସବ୍‌ସେ ପ୍ୟାରା ଓ୍ବତନ’। ଏହା ପରେ ଅର୍ଥମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଭାରତକୁ ସବୁଠାରୁ ଉତ୍ତମ ରାଷ୍ଟ୍ର ଭାବେ ଗଢ଼ିବାର ପ୍ରୟାସ କରୁଛୁ।

ଗୋଟିଏ ଡେଣାରେ ଉଡ଼ିବା ଅସମ୍ଭବ
ସଂକ୍ଷିପ୍ତରେ ହେଲେ ମଧ୍ୟ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ମନେପକାଇଥିଲେ ସ୍ବାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ। ପାଶ୍ଚାତ୍ୟ ରାଷ୍ଟ୍ରରେ ମଳିନ ପଡିଥିବା ଭାରତର ଛବିକୁ କିପରି ମାତ୍ର ଗୋଟିଏ ଭାଷଣରେ ସ୍ବାମିଜୀ ବଦଳାଇ ଦେଇଥିଲେ ତାହା ସେ ସ୍ମରଣ କରାଇଦେଇଥିଲେ। ମହିଳା ସଶକ୍ତୀକରଣ ଉପରେ ମତରଖି ସୀତାରମଣ କହିଥିଲେ, ସ୍ବାମୀ ବିବେକାନନ୍ଦ ଗୁରୁ ରାମକୃଷ୍ଣ ପରମହଂସଙ୍କ ପାଖକୁ ଏକ ପତ୍ର ଲେଖିଥିଲେ। ସେଥିରେ ଉଲ୍ଲେଖଥିଲା, ମହିଳାଙ୍କ ସ୍ଥିତିରେ ସୁଧାର ନ ଆସିବା ଯାଏ ଦୁନିଅଁାର ବିକାଶରେ କୌଣସି ସୁଯୋଗ ନାହିଁ। ଗୋଟିଏ ଡେଣାରେ ପକ୍ଷୀ ଉଡ଼ିବା ଅସମ୍ଭବ। ଅଧିକରୁ ଅଧିକ ମହିଳାଙ୍କ ଭାଗୀଦାରି ହେଲେ ପ୍ରଗତି ସମ୍ଭବ ବୋଲି ସ୍ବାମିଜୀ କହିଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ ସୂଚାଇଥିଲେ।

ସ୍ମରଣ କରାଇଲେ ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି
ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ପ୍ରଖ୍ୟାତ ତାମିଲ କବି ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ। ଏକ ଉତ୍ତମ ରାଷ୍ଟ୍ର ଗଠନ ପାଇଁ କବି ତିରୁବଲ୍ଲୁବର ତାଙ୍କ ତାମିଲ କବିତାରେ ଯେଉଁ ୫ଟି ଉପାଦାନ- ରୋଗମୁକ୍ତ ଦେଶ, ସନ୍ତୁଳିତ ଅର୍ଥ କାରବାର, ଭଲ ଫସଲ ଉତ୍ପାଦନ, ସୁଖୀ ଜୀବନ ଏବଂ ସୁରକ୍ଷା ସମ୍ପର୍କରେ ଉଲ୍ଲେଖ କରିଥିଲେ, ତାହା ମୋଦି ସରକାରଙ୍କ ଶାସନ ସମୟରେ ମଧ୍ୟ ପ୍ରତିଫଳିତ ହେଉଛି ବୋଲି ଅର୍ଥମନ୍ତ୍ରୀ ସୂଚନା ରଖିଥିଲେ। ସେ କହିଥିଲେ ଦେଶବାସୀଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଛି। ସମ୍ପଦ ସୃଷ୍ଟିକାରୀ (ଓ୍ବେଲ୍‌ଥ କ୍ରିଏଟର)ଙ୍କ ପାଇଁ ଦେଶର ସମ୍ମାନ ବଢ଼ିଛି। କୃଷକଙ୍କ କଲ୍ୟାଣ ନିମନ୍ତେ କିଷାନ ସମ୍ମାନ ନିଧି ସମେତ ଅନେକ ଯୋଜନା ପ୍ରଚଳନ କରାଯାଇଛି। ଇଜ୍‌ ଅଫ୍‌ ଲିଭିଂ ଖୁସି ଆଣିଛି। ସବୁଠାରୁ ବଡ଼ କଥା ସୁରକ୍ଷାକୁ ମୋଦି ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ଶାସନରେ ପ୍ରଚଳିତ ପ୍ରଭୁ ବାସବେଶ୍ୱରଙ୍କ ନୀତି
ଭଗବାନ ବାସବେଶ୍ୱରଙ୍କ ଶିକ୍ଷାନୀତିର ଉଦାହରଣ ଦେଇ ଅର୍ଥମନ୍ତ୍ରୀ କହିଥିଲେ, ଏହାକୁ ଅନୁପାଳନ କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଉଛି। ବିଶେଷ କରି ‘କାୟାକ’ (କାମରୁ ରୋଜଗାର), ‘ଦଶୋହା’ (ସମାଜକୁ ଫେରାଇବା) ସିଦ୍ଧାନ୍ତ ଉପରେ ଶାସନ ପର୍ଯ୍ୟବସିତ। ‘କାୟକେବ କୈଲାସା’ (କାର୍ଯ୍ୟ ହିଁ ପୂଜା) ଭଳି ମହାନ୍‌ ନୀତିକୁ ଲାଗୁ କରିବାକୁ ଯାଇ ସରକାର ୧୦ ମିଲିୟନ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ଦେଇଛନ୍ତି। ଏହା ଉଚ୍ଚମାନର କୁଶଳୀ ଜନଶକ୍ତିର ସେତୁ ହେବାକୁ ଯାଉଛି। ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ପଛରେ ମଧ୍ୟ ପ୍ରଭୁ ବାସବେଶ୍ୱରଙ୍କ ନୀତି ପ୍ରତିଫଳିତ ହୋଇଥିବା ସୀତାରାମନ୍‌ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri