ଭାଷଣରେ ଚତୁରତା

କବିତାରୁ କୂଟନୀତି
ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବେଶ୍‌ ବିଜ୍ଞତାର ସହ ସିନ୍ଧୁ-ସରସ୍ବତୀ ସଭ୍ୟତାଠାରୁ ଆରମ୍ଭ କରି ରାଜନୀତି, କୂଟନୀତି, ଅର୍ଥନୀତି ଏବଂ ଉତ୍ତମ ରାଷ୍ଟ୍ରଗଠନ ନେଇ ଗୋଟିଏ ପରେ ଗୋଟିଏ ଉଦାହରଣ କବିତା ଓ ଶ୍ଳୋକ ମାଧ୍ୟମରେ ରଖିଥିଲେ। ଅର୍ଥମନ୍ତ୍ରୀ ପ୍ରଥମେ ଶୁଣାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଖ୍ୟାତିସମ୍ପନ୍ନ କବି ପଣ୍ଡିତ ଦୀନାନାଥ କୌଲଙ୍କ କଶ୍ମୀର କବିତାର ହିନ୍ଦୀ ଭାବାନୁବାଦ। ‘ହମାରା ଓ୍ବତନ ଖିଲତେ ହୁଏ ଶାଲିମାର ବାଗ୍‌ ଜୈସା… ହମରା ଓ୍ବତନ ଡାଲ ଝିଲ୍‌ ମେଁ ଖିଲତା କମଲ ଜୈସା… ନୌଯବାନେଁାକେ ଗରମ ଖୁନ୍‌ ଜୈସା… ମେରା ଓ୍ବତନ… ତେରା ଓ୍ବତନ… ହମାରା ଓ୍ବତନ… ଦୁନିଆକା ସବ୍‌ସେ ପ୍ୟାରା ଓ୍ବତନ’। ଏହା ପରେ ଅର୍ଥମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଭାରତକୁ ସବୁଠାରୁ ଉତ୍ତମ ରାଷ୍ଟ୍ର ଭାବେ ଗଢ଼ିବାର ପ୍ରୟାସ କରୁଛୁ।

ଗୋଟିଏ ଡେଣାରେ ଉଡ଼ିବା ଅସମ୍ଭବ
ସଂକ୍ଷିପ୍ତରେ ହେଲେ ମଧ୍ୟ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ମନେପକାଇଥିଲେ ସ୍ବାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ। ପାଶ୍ଚାତ୍ୟ ରାଷ୍ଟ୍ରରେ ମଳିନ ପଡିଥିବା ଭାରତର ଛବିକୁ କିପରି ମାତ୍ର ଗୋଟିଏ ଭାଷଣରେ ସ୍ବାମିଜୀ ବଦଳାଇ ଦେଇଥିଲେ ତାହା ସେ ସ୍ମରଣ କରାଇଦେଇଥିଲେ। ମହିଳା ସଶକ୍ତୀକରଣ ଉପରେ ମତରଖି ସୀତାରମଣ କହିଥିଲେ, ସ୍ବାମୀ ବିବେକାନନ୍ଦ ଗୁରୁ ରାମକୃଷ୍ଣ ପରମହଂସଙ୍କ ପାଖକୁ ଏକ ପତ୍ର ଲେଖିଥିଲେ। ସେଥିରେ ଉଲ୍ଲେଖଥିଲା, ମହିଳାଙ୍କ ସ୍ଥିତିରେ ସୁଧାର ନ ଆସିବା ଯାଏ ଦୁନିଅଁାର ବିକାଶରେ କୌଣସି ସୁଯୋଗ ନାହିଁ। ଗୋଟିଏ ଡେଣାରେ ପକ୍ଷୀ ଉଡ଼ିବା ଅସମ୍ଭବ। ଅଧିକରୁ ଅଧିକ ମହିଳାଙ୍କ ଭାଗୀଦାରି ହେଲେ ପ୍ରଗତି ସମ୍ଭବ ବୋଲି ସ୍ବାମିଜୀ କହିଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ ସୂଚାଇଥିଲେ।

ସ୍ମରଣ କରାଇଲେ ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି
ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ପ୍ରଖ୍ୟାତ ତାମିଲ କବି ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ। ଏକ ଉତ୍ତମ ରାଷ୍ଟ୍ର ଗଠନ ପାଇଁ କବି ତିରୁବଲ୍ଲୁବର ତାଙ୍କ ତାମିଲ କବିତାରେ ଯେଉଁ ୫ଟି ଉପାଦାନ- ରୋଗମୁକ୍ତ ଦେଶ, ସନ୍ତୁଳିତ ଅର୍ଥ କାରବାର, ଭଲ ଫସଲ ଉତ୍ପାଦନ, ସୁଖୀ ଜୀବନ ଏବଂ ସୁରକ୍ଷା ସମ୍ପର୍କରେ ଉଲ୍ଲେଖ କରିଥିଲେ, ତାହା ମୋଦି ସରକାରଙ୍କ ଶାସନ ସମୟରେ ମଧ୍ୟ ପ୍ରତିଫଳିତ ହେଉଛି ବୋଲି ଅର୍ଥମନ୍ତ୍ରୀ ସୂଚନା ରଖିଥିଲେ। ସେ କହିଥିଲେ ଦେଶବାସୀଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଛି। ସମ୍ପଦ ସୃଷ୍ଟିକାରୀ (ଓ୍ବେଲ୍‌ଥ କ୍ରିଏଟର)ଙ୍କ ପାଇଁ ଦେଶର ସମ୍ମାନ ବଢ଼ିଛି। କୃଷକଙ୍କ କଲ୍ୟାଣ ନିମନ୍ତେ କିଷାନ ସମ୍ମାନ ନିଧି ସମେତ ଅନେକ ଯୋଜନା ପ୍ରଚଳନ କରାଯାଇଛି। ଇଜ୍‌ ଅଫ୍‌ ଲିଭିଂ ଖୁସି ଆଣିଛି। ସବୁଠାରୁ ବଡ଼ କଥା ସୁରକ୍ଷାକୁ ମୋଦି ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ଶାସନରେ ପ୍ରଚଳିତ ପ୍ରଭୁ ବାସବେଶ୍ୱରଙ୍କ ନୀତି
ଭଗବାନ ବାସବେଶ୍ୱରଙ୍କ ଶିକ୍ଷାନୀତିର ଉଦାହରଣ ଦେଇ ଅର୍ଥମନ୍ତ୍ରୀ କହିଥିଲେ, ଏହାକୁ ଅନୁପାଳନ କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଉଛି। ବିଶେଷ କରି ‘କାୟାକ’ (କାମରୁ ରୋଜଗାର), ‘ଦଶୋହା’ (ସମାଜକୁ ଫେରାଇବା) ସିଦ୍ଧାନ୍ତ ଉପରେ ଶାସନ ପର୍ଯ୍ୟବସିତ। ‘କାୟକେବ କୈଲାସା’ (କାର୍ଯ୍ୟ ହିଁ ପୂଜା) ଭଳି ମହାନ୍‌ ନୀତିକୁ ଲାଗୁ କରିବାକୁ ଯାଇ ସରକାର ୧୦ ମିଲିୟନ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ଦେଇଛନ୍ତି। ଏହା ଉଚ୍ଚମାନର କୁଶଳୀ ଜନଶକ୍ତିର ସେତୁ ହେବାକୁ ଯାଉଛି। ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ପଛରେ ମଧ୍ୟ ପ୍ରଭୁ ବାସବେଶ୍ୱରଙ୍କ ନୀତି ପ୍ରତିଫଳିତ ହୋଇଥିବା ସୀତାରାମନ୍‌ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri