କର ଦେବାରେ ହିଁ କରଦାତାଙ୍କ ଉନ୍ନତି

ଭାରତୀୟ ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ସରକାର କିପରି ପ୍ରତିଶ୍ରୁତିବଦ୍ଧ ତାହା ଅର୍ଥମନ୍ତ୍ରୀ ସୀତାରାମନ ମହାକବି କାଳୀଦାସଙ୍କ ମହାକାବ୍ୟ ‘ରଘୁବଂଶମ୍‌’ର ପ୍ରଥମ ସର୍ଗର ୧୮ତମ ଶ୍ଳୋକକୁ ଉଦାହରଣ ଦେଇ ବୁଝାଇଥିଲେ। ଶ୍ଳୋକର ବାଖ୍ୟାକରି ଅର୍ଥମନ୍ତ୍ରୀ କହିଥିଲେ, ବର୍ଷା ରୂପରେ ହଜାରେ ଗୁଣା ପାଣି ଫେରାଇବା ପାଇଁ ସୂର୍ଯ୍ୟ ଯେମିତି ପୃଥବୀପୃଷ୍ଠର ଛୋଟ ଛୋଟ ଜଳକଣିକାରୁ ଖୁବ୍‌ କମ୍‌ ଜଳୀୟବାଷ୍ପ ସଂଗ୍ରହ କରି ଏକାଠି କରେ, ସେହିପରି ରଘୁବଂଶୀ ରାଜାମାନେ ମଧ୍ୟ ପ୍ରଜାମାନଙ୍କ ହିତ ପାଇଁ ସେମାନଙ୍କ ଠାରୁ ଖୁବ୍‌ କମ୍‌ ପରିମାଣର କର ଆଦାୟ କରୁଥିଲେ। ଉଭୟେ ସୂର୍ଯ୍ୟ ଓ ରାଜାଙ୍କ ଏପରି କାର୍ଯ୍ୟ ପଛରେ ଜନସାଧାରଣଙ୍କ ମଙ୍ଗଳ ହିଁ ନିହିତ ଥିବା ଭଳି ଭାରତ ସରକାର ମଧ୍ୟ ଅର୍ଥନୀତିକୁ ଦୃଢ଼ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିବେଶ ପାଇଁ ଭାରତ ଏବେ ସର୍ବୋତ୍କୃଷ୍ଟ ସ୍ଥାନ ପାଲଟିଛି। ଅନେକ ନିବେଶକ ନିବେଶ ପାଇଁ ଆକର୍ଷିତ ହେଉଛନ୍ତି। ଏହାକୁ ନଜରରେ ରଖି କର୍ପୋରେଟ ଟେକ୍ସ କମାଇବା ଭଳି ଐତିହାସିକ ପଦକ୍ଷେପ ନିଆଯାଉଛି। ଏହା କମ୍ପାନୀଗୁଡ଼ିକର ବ୍ୟବସାୟକୁ ଅଧିକ ଦୃଢ଼ କରିବ। ଯଦିଓ ଏହାଦ୍ୱାରା ଦେଶ ରାଜସ୍ବ ହରାଇବ, ତଥାପି ଅର୍ଥବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଥିବା ଅର୍ଥମନ୍ତ୍ରୀ ସୀତାରାମନ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

୧ କୋଟି ଟଙ୍କିଆ ବାଇକ୍‌ ଭାରତରେ ଲଞ୍ଚ୍‌: ସାଙ୍ଗେ ସାଙ୍ଗେ Sold Out

ନୂଆଦିଲ୍ଲୀ,୧୧।୫: ଇଟାଲୀର ପ୍ରସିଦ୍ଧ ମୋଟରସାଇକେଲ ନିର୍ମାତା Ducati ଭାରତରେ ଏହାର ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ସୀମିତ ସଂସ୍କରଣ ସୁପରବାଇକ – Ducati Panigale V4 Lamborghini –…

ସୁନା ନ କିଣିବା ପାଇଁ କାହିିଁକି ଅପିଲ କଲେ ପ୍ରଧାନମନ୍ତ୍ରୀ, ୧୯୮୦ରେ ଘଟିଥିଲା କ’ଣ? ଜାଣିଲେ ଆପଣ ବି…

ନୂଆଦିଲ୍ଲୀ,୧୧।୫: ଗତ ଦେଢ଼ ବର୍ଷ ମଧ୍ୟରେ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri