ଭାଲେଣ୍ଟାଇନ ଡେ’ରେ ଛୁଟି କାଟିବାକୁ ବାହାରିଲେ ଦୀପବୀର

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍‌ ଓ୍ବିକ୍‌। ଏବେ ଏହାକୁ ନେଇ କିଏ କେତେ ପ୍ଲାନ କରି ସାରିଛନ୍ତି। ବିଶେଷ କରି ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ନେଇ ସେଲିବ୍ରେଶନ ମୁଡରେ ଅଛନ୍ତି। ଏବେ ବଲିଉଡ୍‌ର ଚର୍ଚ୍ଚିତ କପୁଲ ଦୀପିକା ପାଦୁକୋନ ଓ ରଣବୀର କପୁର ଭାଲେଣ୍ଟାଇନ ଡେ’ ପାଇଁ ଛୁଟି କାଟିବାକୁ ବିଦେଶ ଯାଇଥିବା ଜଣାପଡିଛି। ନିକଟରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିରେ ସେ ନିଜର ଓ ସ୍ବାମୀ ରଣବୀରଙ୍କର ପାସପୋର୍ଟର ଏକ ଫଟୋ ଶେୟାର କରିଥିବା ଦେଖାଯାଇଛି। ଆଉ ଏହା ସହ ଦୀପିକା କ୍ୟାପଶନରେ ଲେଖିଛନ୍ତି, ‘ମେଁ ଔର ଓ୍ବ…ଛୁଟିୟାଁ’। ଏଥିରୁ ଅନୁମାନ କରାଯାଉଛି କି ଏହି କପୁଲ ଛୁଟି କାଟିବାକୁ ବିଦେଶ ଯାଇଛନ୍ତି। ଅବଶ୍ୟ ସେମାନେ କେଉଁଠିକୁ ଯାଇଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ତାଙ୍କ ପାର୍ସପୋର୍ଟରେ UL 142 ଲେଖାଥିବା ଦେଖିବା ପରେ ଅନୁମାନ କରାଯାଉଛି କି ଏମାନେ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥାଇ ପାରନ୍ତି।

Share