ଭାଲୁ ଆକ୍ରମଣ ବୃଦ୍ଧ ଗୁରୁତର

ଲଖନପୁର,୨।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମନିଜର ବାରିକ(୬୫ ) ।
ସୂଚନାଯୋଗ୍ୟ, ମନିଜର ଗ୍ରାମ ନିକଟ ଜଙ୍ଗଲକୁ ଶନିବାର କାଠ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ମା’ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସେ ଗୁରୁତର ହୋଇ ତଳେପଡି ପାଟି କରିଥିଲେ । ପାଟି ଶୁଣି ଗାଈଜଗୁଆଳି ତାଙ୍କୁ ଉଦ୍ଧାର କରି ଗ୍ରାମକୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ମିଶି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଥିରେ ମନିଜରଙ୍କ ୨ଗୋଡ ଓ ହାତରେ ଗଭୀର କ୍ଷତ ଲାଗିଛି।