ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ପଲାଣିଘାଟି ପାତା ସାହିର ଜନୈକା ମହିଳା ଶୁକ୍ରବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଜେମାମଣି ମୁଣ୍ଡା(୨୫)।
ପ୍ରକାଶ ଯେ, ସକାଳୁ ଜେନାମଣି ଘର ନିକଟ ବିଲକୁ ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ତାଙ୍କ ବାମ ଜଙ୍ଘ ଓ ଅଣ୍ଟାରେ ଗଭୀର କ୍ଷତ ହୋଇଛି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।