ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣାପଡିଛି। ତାଙ୍କ ନଁା ସମ୍ରାଟ ସେନାପତି(୫୦)। ସେ ସକାଳ ଘର ପାଖ ବାରବାଙ୍କ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ। ସମ୍ରାଟ ଚିତ୍କାର କରିବାରୁ ଭାଲୁ ଛାଡି ପଳାଇଥିଲା।