ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଲା ବସ୍‌: ୨ ମୃତ, ୨୦ ଆହତ

ଖୋର୍ଦ୍ଧା ଅଫିସ, ୩୧ା୮: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ପୁବୁସାହି ନିକଟରେ ଶୁକ୍ରବାର ଅପରାହ୍ନ ୫ ଟା ୪୦ମିନିଟ୍‌ରେ ନାରାୟଣୀ ନାମକ ଘରୋଇ ବସ ଭାରସାମ୍ୟ ହରାଇ ୫ ଫୁଟ ତଳ ବିଲକୁ ଓଲଟି ପଡିଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପାନ ଦୋକାନ କରିଥିବା ନୟାଗଡ ଜିଲା ଫତେଗଡ ଥାନା ଫତେଗଡ ବଜାରର ଗୋବିନ୍ଦ ଚନ୍ଦ୍ର ପ୍ରଧାନ (୪୪), ଗାଡି କଣ୍ଡକ୍ଟର ବାଘମାରୀ ଥାନା ପଙ୍ଗାରସିଂହର ବର୍କତୁଲ୍ଲା ଖଁ। (୪୫)। ରାତି ହୋଇ ଯାଇଥିବାରୁ ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ବେଗୁନିଆ କୋହ୍ଲୁଅପାଟଣାର କୁନାଲ ବେହେରା, ପୁବୁସାହିର ରୋଷନ କୁମାର ବେହେରା, ନୟାଗଡ ଜିଲା ଖଣ୍ଡପଡା ମୋଟୁଆସାର ବାସନ୍ତୀ ସେଠୀ, ଫତେଗଡ ଟିକିରିପଡାର ମାଧବ ଚନ୍ଦ୍ର ସାହୁ ଓ ବୈଦେଶ୍ୱରର କୃଷ୍ଣଚନ୍ଦ୍ର ସିଂ ପ୍ରମୁଖଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ନୟାଗଡ ଜିଲା ଖଣ୍ଡପଡା ମେଟୁଆଶାର ବାସନ୍ତୀ ସେଠୀ, ଫତେଗଡ ଧାନଚେଙ୍ଗଡାର ବିଜୟ ମହାନ୍ତି, ମାମାଲି ମହାନ୍ତି, ଝୁନୁ ମହାନ୍ତି, ପୁଅ ଚିନ୍ମୟ ମହାନ୍ତି, ଦୁଧାଡିଆ ଗଁ।ର ରମେଶ ମହାନ୍ତି, ଟିକିରିପଡାର ସରୋଜିନୀ ସାହୁ, ବେଗୁନିଆ ଗଁପୁରର ଦୁର୍ଗାଚରଣ ବେହେରା ଓ ଆର୍ତ୍ତବନ୍ଧୁ ରଣା, ସିମରର ବିଜୟ ମହାନ୍ତି, ପୁବୁସାହିର ଶାନ୍ତିଲତା ମହାନ୍ତି , କଟକ ଜିଲା ବାଙ୍କୀ ଢ଼ଅଁସର ଗଁାର ଏକାଦଶୀ ପ୍ରଧାନ ପ୍ରମୁଖ ଆହତମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ନାରାୟଣୀ ନାମକ ବସ୍‌ (ନଂ. ଓଆର ୦୫ ଡବ୍ଲୁ ୧୦୭୫) ଭୁବନେଶ୍ୱରରୁ ଭାୟା ଧାନଚେଙ୍ଗଡା ଦେଇ ନୟାଗଡ ଜିଲାର କଣ୍ଟିଲୋ ନିକଟସ୍ଥ କଳପାଙ୍ଗି ଯାଉଥିଲା। ଏଥିରେ ୬୪ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳ ପୁବୁସାହି ନିକଟରେ ରାସ୍ତାରେ ଖାଲଖମା ଅଧିକ। ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ କହିଛନ୍ତି। ବସଟି ଯାଉଥିବାବେଳେ ଅତର୍କିତ ଭାବେ ବିଲ ଭିତରକୁ ଓଲଟି ପଡିଥିଲା। ଖବରପାଇ ଖୋର୍ଦ୍ଧା ଦମକଳ କେନ୍ଦ୍ରର କର୍ମଚାରୀ, ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ଥାନୀୟ ଜନସାଧାରଣ ପହଞ୍ଚତ୍ ଆହତମାନଙ୍କୁ ବସ୍‌ର କାଚ ଭାଙ୍ଗି ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ଯାତ୍ରୀ ଗଁପୁରର ଦୁର୍ଗାଚରଣ ବେହେରା କୁହନ୍ତି, ଦୁର୍ଘଟଣାର କାରଣ ଜାଣି ହେଲା ନାହିଁ। ଭଗବାନଙ୍କ କୃପାରୁ ବର୍ତ୍ତି ଯାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri