ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଚାନ୍ଦବାଲି,୨୬ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ-ଚୌଧୁରୀଘାଟ ରାସ୍ତାର ମଉସୁଧା ବଜାର ନିକଟରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲ୍‌ପରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ପ୍ରାୟ ୬ଶହ ବସ୍ତା ସିମେଣ୍ଟ ବୋଝେଇ କରି ଏକ ମାଲବାହୀ ଟ୍ରକ ମଉସୁଧା ବଜାରକୁ ଯାଉଥିଲା। ରାସ୍ତାରେ ଟ୍ରକଟି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟରକୁ ସାଇଡ୍‌ ଦେବାକୁ ଯାଇ ରାସ୍ତାର ଡାହାଣ କଡ଼କୁ ଖସିଯିବା ସହିତ ରାସ୍ତା କଡରେ ଥିବା ନୟନଯୋଡ଼ିର ପାଣି ମଧ୍ୟକୁ ଓଲଟି ପଡିଥିଲା। ଫଳରେ ସମସ୍ତ ସିମେଣ୍ଟ ପାଣିରେ ଭିଜି ଯାଇଛି।