ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୪୦ ଆହତ

ସିମୁଳିଆ,୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ୧୬ନଂ. ଜାତୀୟ ରାଜପଥ ମଞ୍ଜୁରୀପୁର ନିକଟରେ ରବିବାର ଭୋର୍‌ ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୪୦ ଜଣ ଆହତ ହୋଇଛନ୍ତି। ଓଡି ୧୧ ଜେ ୯୯୯୦ ନଂ. ବିଶିଷ୍ଟ ଅଳଙ୍କାର ନାମକ ବସ୍‌ଟି ମୟୂରଭଞ୍ଜ ଜିଲା ଗୋରୁମହିଷାଣିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଫଳରେ ୪୦ ଯାତ୍ରୀ ଅହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ପଡ଼ିହାରୀ,ସଞ୍ଜୟ ଚନ୍ଦ୍ର ବେହେରା, ଲକ୍ଷ୍ମଣ ସରେନ, ଆକାଶ କୁମାର ପାଣି, ଇନ୍ଦ୍ରଜିତ ମହାନ୍ତି, ସଗେନ ମାରାଣ୍ଡିଙ୍କୁ ନିକଟସ୍ଥ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସତ୍ା କରାଯାଇଥିଲା। ଅନ୍ୟମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଦୁର୍ଘଟଣା ପରେ ବସ୍‌ର ଚାଳକ, କଣ୍ଡକ୍ଟର ଓ ହେଲପର ଫେରାର ହୋଇଯାଇଛନ୍ତି। ତେବେ ଚାଳକ ଢୋଳାଇ ପଡିବାରୁ ବସ୍‌ଟି ନୟନଯୋଡ଼ି ପାର୍ଶ୍ୱକୁ ଓଲଟି ପଡ଼ିଥିଲା।