ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ଚାଳକ ମୃତ

ମାର୍ଶାଘାଇ,୪।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗାଡି ଚାଳକ ତଥା ବଡ଼ପାଳଡିଆ ଗ୍ରାମର କୁଞ୍ଜ ବିହାରୀ ଦାସ।
ସୂଚନାଯୋଗ୍ୟ, କୁଞ୍ଜ ବିହାରୀ ଗିରଙ୍ଗ ଗ୍ରାମକୁ ମାଲ ବୋଝେଇ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଏକ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ତଳେ ଚାଳକ କୁଞ୍ଜ ବିହାରୀ ଚାପି ହୋଇଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ମାର୍ଶାଘାଇ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ବିଭାଗୀୟ କର୍ମଚାରୀ ପହଞ୍ଚି କୁଞ୍ଜ ବିହାରୀଙ୍କୁ ମାର୍ଶାଘାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।