ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର

ଯୋଡ଼ା,୨୬।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟ ରାସ୍ତାରେ ଶନିବାର ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିଛି। ରାସ୍ତା କଡରେ ଥିବା ତେଜରାତି ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ପୂର୍ବାହ୍ନରେ ଯୋଡାରୁ ଜୁରଡ଼ି ଅଭିମୁଖେ ଯାଉଥିବା ଏକ କ୍ୟାମ୍ପର (ଓଡି ୦୯ ସି ୪୫୨୨) ଉକ୍ତ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସେଠୀଙ୍କ ଦୋକାନକୁ ଲାଗି ଓଲଟି ପଡିଥିଲା। ଫଳରେ ସେଠୀ ଅଳ୍ପକେ ବର୍ତ୍ତି ଯାଇଥିଲେ । କ୍ୟାମ୍ପରର ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି, କ୍ୟାମ୍ପରର ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ହେତୁ ଏହି ଦୁର୍ଘଟଣା ଘଟିଛି ।