ଭାରତ ସହ ଟ୍ରେଡ ଡିଲ୍‌ ନେଇ ଟ୍ରମ୍ପ ଆଶାବାଦୀ

ଅହମ୍ମଦାବାଦ, ୨୫-୨: ଭାରତ ସହ ଏକ ଉତ୍ତମ ବାଣିଜି୍ୟକ ଚୁକ୍ତି ନେଇ ଆଶାବାଦୀ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି। ସେ ଏବେ ଭାରତ ଗସ୍ତରେ ଥିବା ବେଳେ ମୋତେରା ଷ୍ଟାଡିୟମଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପାଦିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସବୁଠାରୁ ବଡ ହେବ। ଏଥି ଲାଗି ଭାରତ ଆମେରିକା ଆଲୋଚନାର ପ୍ରାଥମିକ ପର୍ଯ୍ୟାୟରେ ରହିଛନ୍ତି। ଚୁକ୍ତି ସଫଳ ହେଲେ ଏହା ନିବେଶ କ୍ଷେତ୍ରରେ ସବୁ ପ୍ରକାରର ପ୍ରତିବନ୍ଧକକୁ ଦୂର କରିବାରେ ସକ୍ଷମ ହେବ ବୋଲି ସେ ମତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ କିଭଳି ବୃଦ୍ଧି ପାଇବ ସେ ନେଇ ଦୁଇ ଲିଡର ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଟଫ୍‌ ନେଗୋସିଏଟର(କଠୋର) ବୋଲି ଟ୍ରମ୍ପ ମତ ଦେଇଛନ୍ତି।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୪୦% ବଢିଛି। ଆମେରିକାର ରପ୍ତାନି କ୍ଷେତ୍ରରେ ଭାରତ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ସେହିଭଳି ନୂଆଦିଲ୍ଲୀ ଲାଗି ଆମେରିକା ସର୍ବବୃହତ୍ତ ବଜାର ହୋଇପାରିଛି। ଆମେରିକାର ବିକାଶ ଉଭୟ ଭାରତ ଏବଂ ବିଶ୍ୱ ଲାଗି ଭଲ। ଆମେରିକାରେ ବାଣିଜ୍ୟ କ୍ଷେତ୍ରରେ ରହିଥିବା ଅସୁବିଧାକୁ ଦୂର କରିବା ସହ ନିଯୁକ୍ତି ଏବଂ ସୁଯୋଗ ସୃଷ୍ଟି ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ନୂଆ ନିବେଶକୁ ପ୍ରୋତ୍ସାହିତ କରିବା ସହ ଅମଲାତନ୍ତ୍ରର ଅଯଥା ହସ୍ତକ୍ଷେପ, ନାଲିଫିତାବାଦ,ଟିକସ ଏବଂ ନିୟମ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଧାରା ହାତକୁ ନେଇଥିବା ଟ୍ରମ୍ପ ଏଥିରେ ମତବ୍ୟକ୍ତ କରିଛନ୍ତି। ଭାରତର ବାଣିଜି୍ୟକ କାର୍ଯ୍ୟକଳାପ ଦ୍ରୁତ ହାରରେ ବଢୁଛି। ଏହାକୁ ସାରା ବିଶ୍ୱ ଏବେ ଚାହିଁ ରହିଛି। ରେକର୍ଡ ସମୟ ମଧ୍ୟରେ ମୋଦି ଏସବୁ କରିବାକୁ ସକ୍ଷମ ହୋଇଥିବା ଟ୍ରମ୍ପ କହିଛନ୍ତି।
ଆମେରିକା ସହ ଭାରତର ବାଣିଜ୍ୟ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରୁଛି। ଟ୍ରମ୍ପଙ୍କ ଗସ୍ତ ସମୟରେ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। ଉଭୟ ଦେଶ ଏବେ କୃଷି, ଡାଟା ସୁରକ୍ଷା ଏବଂ ସ୍ଥାନୀୟକରଣ, ଡେରୀ,ଇ-କମର୍ସ ଭଳି ଅନ୍ୟ କେତେକ କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସକ୍ଷମ ହୋଇ ପାରି ନାହାନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଡିଲ ହେଲେ ଆପୋଷ ବୁଝାମଣାରେ ହେବ। ଏହା ଦ୍ୱାରା ଭାରତର ସ୍ବାର୍ଥରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ମୁତାବକ ଆମେରିକା ନିକଟରେ ଆଉ କିଛି ଦାବି ନୂଆ କରି ରଖିଛି। ବାଣିଜି୍ୟକ ଆଲୋଚନା ଏବେ ଚାଲୁ ରହିଛି। ଦୁଗ୍ଧଜାତ ସାମଗ୍ରୀ ଲାଗି ଭାରତ ଏକ ବଡ ବଜାର ବୋଲି ଆମେରିକା ବିଚାର କରୁଛି। ମାତ୍ର ଭାରତୀୟ ଗ୍ରାହକଙ୍କ ମନୋଭାବ ଏବଂ ସମାଜ ପ୍ରଭାବିତ ହେଲା ଭଳି ଏମିତି କିଛି କାମ ନ ହେଉ ତାକୁ ମଧ୍ୟ ଭାରତ ବିଚାର କରୁଛି। ଏହାବାଦ ଅଖରୁଟ, ସେଓ, ମେଡିକାଲ ଡିଜାଇସ ଉପରେ ପ୍ରାଇସ କ୍ୟାପ ହଟାଇବା, ୧୬୦୦ ସିସିି ବାଇକ ଉପରେ ସୀମା ଶୁଳ୍କ ହଟାଇବା ଭଳି ଅନେକ ପ୍ରସଙ୍ଗ ଉପରେ ଆମେରିକା ଭାରତ ସହ ଆଲୋଚନା କରିବ। ଏହାବାଦ ସୂଚନା ଏବଂ ପ୍ରଯୁକ୍ତି ପ୍ରଡକ୍ଟ ଗୁଡିକ ଉପରେ ଭାରତ ବଜାରରେ ଉପଲବ୍ଧତା ବଢାଇବାକୁ ଆମେରିକା ପ୍ରୟାସ କରୁଛି।
ଏହାବାଦ ଭାରତ ସହ ଉଚ୍ଚ ବାଣିଜ୍ୟ ନିୟଣ୍ଟକୁ ନେଇ ଆମେରିକା ଆଶଙ୍କାରେ ରହିଛି। ସେହିଭଳି ଭାରତ ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ପ୍ରୋଗ୍ରାମ ଅଧିନରେ ଆମେରିକାଠାରୁ ରପ୍ତାନି ପ୍ରୋତ୍ସାହନ ଆଶା କରୁଛି। ଏହି କାର୍ଯ୍ୟକ୍ରମ ଅଧିନରେ ଭାରତ ଆମେରିକାକୁ ୬.୫ ବିଲିୟନ ଡଲାରର ସାମଗ୍ରୀ ପ୍ରେରଣ କରୁଥିଲା। ଆମେରିକା ଯଦି ଏହି ସୁବିଧାକୁ ପୁଣି ଥରେ ପ୍ରଦାନ କରେ ତେବେ ଭାରତ ଲାଗି ଏହା ପୁଣି ଥରେ ଲାଭକାରୀ ସାବ୍ୟସ୍ତ ହେବ। ଜିଏସ୍‌ପିରେ ଭାରତ ଆମେରିକାକୁ ୧୯୦୦ ସାମଗ୍ରୀ ପଠାଇ ଥାଏ। ଏହା ମଧ୍ୟରେ କେମିକାଲ, ଇଞ୍ଜିନିୟରିଂ ସମେତ ଅନ୍ୟ ପ୍ରଡକ୍ଟ ସାମିଲ ରହିଛି। ଗତ ବର୍ଷ ଏହି ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରି ନେଇଛି। ଏହାବାଦ ଘରୋଇ ପ୍ରଫେଶନାଲଙ୍କ ପାଇଁ ଭିଜା ଫି ହ୍ରାସ, କେତେକ ଇସ୍ପାତ ଏବଂ ଆଲୁମିନିୟମ ପ୍ରଡକ୍ଟ ବର୍ଗରେ ଆମେରିକା ଲାଗୁ କରୁଥିବା ଉଚ୍ଚ ପରିମାଣର ଟିକସରେ ହ୍ରାସ, କୃଷି ଜାତୀୟ ସାମଗ୍ରୀ, ଅଟୋମୋବାଇଲ, ଅଟୋମୋବାଇଲ କମ୍ପୋନେଣ୍ଟ ଏବଂ ଇଞ୍ଜିନୟରିଂ ପ୍ରଡକ୍ଟ ଲାଗି ଆମୋରିକାରେ ଏବ ବଡ ବଜାର ଆଶାରେ ଭାରତ ରହିଛି।
ଏପଟେ ଭାରତ ଆମେରିକା ପ୍ରଡକ୍ଟ ଉପରେ ସବୁବେଳେ ଅଧିକ ଟିକସ ଲଗାଉଥିବା କହି ଭାରତକୁ ଟାରିଫ କିଙ୍ଗ ବୋଲି ଟ୍ରମ୍ପ ଅଭିଯୋଗ କରୁଛନ୍ତି। ଗତ ବର୍ଷ ଜୁନରେ ୨୮ ଆମେରିକା ପ୍ରଡକ୍ଟ ଉପରେ ଉଚ୍ଚ ଟିକସ ଲାଗୁ କରାଇବା ପାଇଁ ଭାରତ ଘୋଷଣା କରିଥିଲା। ଓ୍ବାଶିଂଟନ ଭାରତର ଷ୍ଟିଲ ଏବଂ ଆଲୁମିନିୟମ ପ୍ରଡକ୍ଟ ଉପରେ ଟିକସ ବଢାଇବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଥିଲା। ଆମେରିକା ଏବେ ଚାଇନାକୁ ଟପି ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ହୋଇଛି। ୨୦୧୮-୧୯ରେ ଭାରତ ଆମେରିକାକୁ ୫୨.୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଛି। ଏହି ସମୟରେ ଆମେରିକାରୁ ଭାରତ ୩୫.୫ ବିଲିୟନ ଡଲାରର ସାମଗ୍ରୀ ଆମଦାନି କରିଛି। ଏହାବାଦ ୨୦୧୭-୧୮ରେ ୨୧.୩ ବିଲିୟନକୁ ଖସିଥିବା ବେଳେ ୨୦୧୮-୧୯ରେ ୧୬.୯ ବିଲିୟନ ଡଲାର ରହିଛି। ୨୦୧୮-୧୯ରେ ଭାରତ ଆମେରିକାଠାରୁ ୩.୧୩ ବିଲିୟନ ଡଲାରର ଏଫ୍‌ଡିଆଇ ଲାଭ କରିଛି। ଏହା ୨୦୧୭-୧୮ରେ ୨ ବିଲିୟନ ଡଲାର ରହିଥିଲା। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହେଲେ ଏହା ଦ୍ୱାରା ଉୟଭ ଦେଶ ଲାଭବାନ ହୋଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri