ଭାରତ ସହ ଏକାଠି କାମ କରିବ ଆମେରିକା

ଓ୍ବାଶିଂଟନ,୩୦ା୫(ପି.ଟି.): ଭାରତ ଆମେରିକାର ବଡ ସହଯୋଗୀ ଓ ଭାଗୀଦାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅନେକ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ନୂଆଦିଲ୍ଲୀ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବ ବୋଲି ଏହାର ବହିର୍ବ୍ୟାପାର ବିଭାଗ ମୁଖପାତ୍ର ମୋର୍ଗାନ୍‌ ଓର୍ଟାଗୁସ୍‌ କହିଛନ୍ତି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ମାଇକ୍‌ ନେନ୍ସ ଏବଂ ପମ୍ପେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ।

Share