Posted inଖେଳ

ଭାରତ- ଶ୍ରୀଲଙ୍କା ପ୍ରଥମ ଟି୨୦: ଫୋକସ୍‌ରେ ବୁମ୍‌ରା

ଗୁଆହାଟୀ, ୫।୧(ପି.ଟି.)- ସ୍ଥାନୀୟ ବର୍ସପାରା କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ୍‌ ଷ୍ଟ୍ରେସ୍‌ ଫ୍ରାକ୍‌ଚର ଭଳି ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍‌ ଖେଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ସେ ସମସ୍ତଙ୍କ ନଜରରେ ରହିଛନ୍ତି। ଇଞ୍ଜୁରି କାରଣରୁ ୨୬ ବର୍ଷୀୟ ବୁମ୍‌ରା ୪ ମାସ କ୍ରିକେଟରୁ ଦୂରେଇ ରହିଥିଲେ। ଫିଟ୍‌ନେସର ପ୍ରମାଣ ପାଇଁ ତାଙ୍କୁ ଗୁଜରାଟ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ କୁହାଯାଇଥିଲା। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ମାମଲାରେ ମୁଣ୍ଡ ପୂରାଇଥିଲେ। ଫଳରେ ତାଙ୍କୁ ସିଧାସଳଖ ଏହି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା।
୨୦୧୯ରେ ବିଶ୍ୱକପ୍‌ ପାଇଁ ଦିନିକିଆ ଫର୍ମାଟ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ତେବେ ୨୦୨୦ରେ ଟି୨୦ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। କାରଣ ଏହି ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଭାରତ ମଧ୍ୟ ଏହି ମେଗା ଇଭେଣ୍ଟ ପୂର୍ବରୁ ୧୫ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଅକ୍ଟୋବରରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ ଦଳ ଚୟନ ପାଇଁ ଏହି ସିରିଜ ତଥା ଖେଳାଯିବାକୁ ଥିବା ୧୫ଟି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। କୋଚ୍‌ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ସିରିଜରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ।
ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଆସାମରେ ପ୍ରଥମେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ବର୍ତ୍ତମାନ ଏଠାରେ ସ୍ଥିତି ପୂରା ସାମାନ୍ୟ ତଥା ଶାନ୍ତ ରହିଛି। ଫଳରେ ମ୍ୟାଚ୍‌ ଆୟୋଜନ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଉଛି। ଡେଥ୍‌ ଓଭରରେ ନବଦୀପ ସଇନି ଓ ଶାର୍ଦ୍ଦୁଳ ଠାକର କିଭଳି ଚାପକୁ ନିୟନ୍ତ୍ରଣ କରୁଛନ୍ତି ତାହା ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିବ। ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦୀପକ ଚହର ଓ ଭୁବନେଶ୍ୱର କୁମାର ଯଥାକ୍ରମେ ଷ୍ଟ୍ରେସ୍‌ ଫ୍ରାକ୍‌ଚର ଓ ସ୍ପୋଟର୍‌ସ ହାର୍ନିଆ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ସ୍ପିନ୍‌ ବିଭାଗରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣଙ୍କୁ ଓ୍ବାଶିଂଟନ ସୁନ୍ଦରଙ୍କ ପାଇଁ ବେଞ୍ଚ୍‌ରେ ବସିବାକୁ ପଡିବ ବୋଲି ଆଶା କରାଯାଉଛି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍‌ ନ ହେବା ପର୍ଯ୍ୟନ୍ତ ଶିବମ ଦୁବେ ଜଣେ ବିଗ୍‌ ହିଟର ଭାବେ ଦଳରେ ସ୍ଥାନ ବଜାୟ ରଖିବେ। ଉଇକେଟକିପର ହିସାବରେ ରିଷଭ ପନ୍ତ ଅସ୍ଥିର ପ୍ରଦର୍ଶନ କରୁଥିବା ନେଇ ଚର୍ଚ୍ଚା ହେଉଛି। ପୁଣି ସଞ୍ଜୁ ସାମସନ ଗତ କ୍ରମାଗତ ୬ଟି ମ୍ୟାଚ୍‌ରେ ବେଞ୍ଚ୍‌ରେ ବସି ଆସୁଛନ୍ତି। ଏଥିସହିତ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିସ୍ଥଳେ ଉଇକେଟକିପର ସ୍ଥାନ ନେଇ ଟିକିଏ ଅସ୍ପଷ୍ଟତା ରହିଛି। ବୁମ୍‌ରାଙ୍କୁ ବାଦ୍‌ ଦେଲେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ମଧ୍ୟ ଆଣ୍ଠୁରେ ଆଘାତ ସମସ୍ୟାରୁ ମୁକ୍ତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରଣଜୀ ଟ୍ରଫିରେ ମଧ୍ୟ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଧାଓ୍ବନଙ୍କ ଦାୟିତ୍ୱ ଓ ଗୁରୁତ୍ୱ ବଢିଛି। ସେହିପରି ଅନ୍ୟତମ ଓପନର ଲୋକେଶ ରାହୁଲ ତାଙ୍କ ଫର୍ମ ବଜାୟ ରଖି ଆହୁରି ଅଧିକ ରନ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି।
ଗତ ଟି୨୦ ସିରିଜରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆଠାରୁ ୩-୦ରେ ପରାସ୍ତ ହୋଇଥିଲା। କୁଶଲ ପେରେରାଙ୍କ ଉପରେ ଶ୍ରୀଲଙ୍କା ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳ ଆହୁରି ଦୃଢ଼ ହୋଇଛି। ଶେଷଥର ପାଇଁ ସେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ଖେଳିଥିଲେ। ଭାନୁକା ରାଜପାକସା, ଓଶାଡା ଫର୍ନାଣ୍ଡୋ ଓ ଦନୁଷ୍କା ଗୁଣତିଲକାଙ୍କ ଉପରେ ଶ୍ରୀଲଙ୍କା ବ୍ୟାଟିଂ ଲାଇନ ନିର୍ଭର କରୁଛି। ସେହିପରି ଲେଗ୍‌ ସ୍ପିନର ଓ୍ବାନିଣ୍ଡୁ ହାସରଙ୍ଗା ମଧ୍ୟ କମାଲ କରିବେ ବୋଲି ଆଶା କରାଯାଉଛି। ଭାରତ ଶେଷଥର ପାଇଁ ଏଠାରେ ୨୦୧୭ ଅକ୍ଟୋବର ୧୦ ତାରିଖରେ ଅଷ୍ଟ୍ରେଲିଆଠାରୁ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଏଠାରେ ଭାରତର ରେକର୍ଡ ସେତେଟା ଭଲ ନାହିଁ।
ଫଳରେ ବିଜୟୀ ହୋଇ ଭାରତ ରେକର୍ଡରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ରବିବାର ଖେଳାଯାଉଥିବାରୁ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ବେଶ୍‌ ଉପଭୋଗ୍ୟ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ, ରିଷଭ ପନ୍ତ (ଉଇକେଟ କିପର), ଶିବମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ଶ୍ରୀଲଙ୍କା ଦଳ: ଲାସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣତିଲକା, ଅଭିଷ୍କା ଫର୍ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦସୁନ ସନକା, କୁଶଲ ପେରେରା, ନିରୋଶାନ ଡିକ୍‌ଓ୍ବେଲା, ଧନଞ୍ଜୟ ଡି ସିଲଭା, ଇସିରୁ ଉଡାନା, ଭାନୁକା ରାଜପାକ୍ସା, ଓଶାଡା ଫର୍ନାଣ୍ଡୋ, ଓ୍ବାନିଡୁ ହାସରଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ୍‌, ଲକ୍ଷଣ ସନ୍ଦକାନ ଓ କାସୁନ ରଜିଥା।
ମ୍ୟାଚ ଆରମ୍ଭ: ସନ୍ଧ୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ
ସ୍ଥାନ: ଗୁଆହାଟୀ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri