Categories: ଖେଳ

‘ଭାରତ ମାତା କୀ ଜୟ’ ନାରା ଦେଲେ ନ୍ୟୁଜିଲାଣ୍ଡ ପ୍ରଶଂସକ

ହାମିଲଟନ,୩୧।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ ରଚିଛି। ଏହି ମ୍ୟାଚ୍‌ ଦେଖିବାକୁ ଆସିଥିବା ଦର୍ଶକ ଭରପୂର ମଜା ଉଠାଇଥିଲେ। ତେବେ ମ୍ୟାଚ୍‌ ଚାଲିଥିବାବେଳେ ନ୍ୟୁଜିଲାଣ୍ଡର ଜଣେ ଦର୍ଶକ ‘ଭାରତ ମାତା କୀ ଜୟ’ ନାରା ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ପରାସ୍ତ ହୋଇଥିଲେ ମଧ୍ୟ ଦର୍ଶକ ଏଭଳି ନାରା ଲଗାଇଥିଲେ।

Share