ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ ସଂଘ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ସ୍ବତନ୍ତ୍ର ଶାଢି ଉପହାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ବନାରସୀ ପାଟ ଶାଢିଗୁଡିକ ବ୍ଲୁ ରଙ୍ଗର ହୋଇଥିବାବେଳେ ଏଥିରେ ବିଶ୍ୱକପର ଲୋଗୋ ରହିଛି। ଶାଢିର ଆଞ୍ଚଲଗୁଡିକ ନାରଙ୍ଗୀ ରଙ୍ଗର ହୋଇଛି। ଶାଢିରେ ବ୍ୟାଟ୍‌, ବଲ୍‌ ଏବଂ ଷ୍ଟମ୍ପର ଚିହ୍ନ ମଧ୍ୟ ରହିଛି। ଏହି ଶାଢିଗୁଡିକ ସାଧାରଣ ମହିଳାଙ୍କ ପାଇଁ ମଧ୍ୟ ବିକ୍ରି କରାଯାଉଛି। କିନ୍ତୁ ତାହା ଭିନ୍ନ ରଙ୍ଗର ବୋଲି ବ୍ୟବସାୟୀମାନେ କହିଛନ୍ତି। ମହିଳାମାନଙ୍କ ମଧ୍ୟରେ ଶାଢିକୁ କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖାଯାଉଛି। ଏମଏସଏମଇ ବିଭାଗ ସହାୟତାରେ ଶାଢିଗୁଡିକ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ଦିଆଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

Share