Categories: ଜାତୀୟ

ଭାରତ ବିରୋଧରେ ପାକିସ୍ତାନ ଜାରି ରଖିଛି ଆତଙ୍କବାଦ ଛାୟାଯୁଦ୍ଧ: ରାଜନାଥ

ପୁଣେ,୩୦।୧୧: ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦ ଛାୟାଯୁଦ୍ଧ ଜାରି ରଖିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏନ୍‌ଡିଏର ୧୩୭ତମ ପାସିଙ୍ଗ୍‌ ଆଉଟ୍‌ ପରେଡ ଉତ୍ସବରେ ଯୋଗଦେଇ ରାଜନାଥ ଏଭଳି ମନ୍ତବ୍ୟ ଦେଇଛନ୍ତି। ନାନା ଉଦ୍ୟମ କଲେ ମଧ୍ୟ ପାକିସ୍ତାନ ନିଜ ଲକ୍ଷ୍ୟରେ ଅସଫଳ ରହିଥିବା ସେ କହିଛନ୍ତି। ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନର ଏଭଳି କାର୍ଯ୍ୟର ପର୍ଦ୍ଦାଫାଶ୍‌ ହୋଇସାରିଛି। ତେବେ ବି ନିଜର ଷଡ଼ଯନ୍ତ୍ର ପାକିସ୍ତାନ ବନ୍ଦ କରୁ ନ ଥିବା ରାଜନାଥ କହିଛନ୍ତି। ପାକିସ୍ତାନର ଏଭଳି ହୀନ ଉଦ୍ୟମର କଡ଼ା ଜବାବ ଦେବାକୁ ଭାରତୀୟ ଯବାନ ସକ୍ଷମ ବୋଲି ସେ ସୂଚନା ଦେଇଛନ୍ତି।

Share