Posted inଖେଳ

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ହେବା ଆବଶ୍ୟକ: ସର୍ଫରାଜ

ଟଣ୍ଟନ,୧୪।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱକପର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ରୂପେ ପରିଗଣିତ ହେଉଥିବା ଏହି ମୁକାବିଲା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ। ପ୍ରଶଂସକଙ୍କ ଭାବପ୍ରବଣତା ଜଡିତ ହୋଇଥିବାରୁ ଏହି ମ୍ୟାଚ୍‌ ଉଭୟ ଦେଶ ପାଇଁ ଗୁରୁତ୍ୱ ବହନ କରୁଛି। ବୁଧବାର ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ପାକିସ୍ତାନ ନିରାଶ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଫିଲ୍ଡିଂରେ ତ୍ରୁଟି କରିଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ତା’ର ଫିଲ୍ଡିଂରେ ସୁଧାର ଆଣିବା ଆବଶ୍ୟକ ବୋଲି ଅଧିନାୟକ ସର୍ଫରାଜ ଅହମ୍ମଦ ସାଥୀ ଖେଳାଳିଙ୍କୁ ସତର୍କ କରାଇ ଦେଇଛନ୍ତି।
ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ମଧ୍ୟ ୩୦୮ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଜବାବରେ ପାକିସ୍ତାନ ୨୬୬ ରନରେ ଅଲଆଉଟ ହୋଇ ୪୧ ରନରେ ପରାସ୍ତ ହୋଇଥିଲା। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ ବିଭାଗରେ ଆମେ ଏହି ମ୍ୟାଚ୍‌ରେ ତ୍ରୁଟି କରିଥିଲୁ। ଖାସ୍‌ କରି ଫିଲ୍ଡିଂ ଆମର ନୌରାଶ୍ୟଜନକ ଥିଲା। ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ଆଣିବା ନିହାତି ଦରକାର ଓ ଏଥିରେ କୌଣସି ବାହାନା ଚଳିବ ନାହିଁ ବୋଲି ସର୍ଫରାଜ କହିଛନ୍ତି। ଗତ ସପ୍ତାହରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡକୁ ହରାଇ ପାକିସ୍ତାନ ବିପର୍ଯ୍ୟୟ ଘଟାଇବା ସହ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା। ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଠିକ୍‌ ଓଲଟା ପ୍ରଦର୍ଶନ କରିଥିଲା। ମିସ୍‌ ଫିଲ୍ଡ ଓ ଓଭର ଥ୍ରୋ ପାକିସ୍ତାନ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଇଛି। ଓପନର ତଥା ଅଧିନାୟକ ଆରୋନ ଫିଞ୍ଚ୍‌ ୩୩ ରନ କରିଥିବା ବେଳେ ଆସିଫ ଅଲି ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। ଫଳରେ ସେ ଆହୁରି ୪୯ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ଡେଭିଡ ଓ୍ବାର୍ନରଙ୍କ ସହ ସେ ଓପନିଂ ଯୋଡିରେ ଭଲ ରନ ସଂଗ୍ରହ କରିଥିଲେ। ଏହାପରେ ଆସିଫ ଓ୍ବାର୍ନରଙ୍କ କ୍ୟାଚ ମଧ୍ୟ ମିସ୍‌ କରିଥିଲେ।
ତେବେ ପାକିସ୍ତାନ କେତେକ କ୍ଷେତ୍ରର ଭଲ ପ୍ରଦର୍ଶନ ମଧ୍ୟ କରିଛି। ଦ୍ରୁତ ବୋଲର ମହମ୍ମଦ ଆମୀର ଜବରଦସ୍ତ ପ୍ରଦର୍ଶନ କରି ୩୦ ରନ ଦେବା ସହ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ମାତ୍ର ୮୬ ରନରେ ଅଷ୍ଟ୍ରେଲିଆର ଶେଷ ୭ଟି ଉଇକେଟର ପତନ ଘଟିଥିଲା। ଆମୀର ପ୍ରଥମେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇ ନ ଥିଲେ। ତେବେ ସେ ଏବେ ଦଳ ପାଇଁ ଅଗ୍ରଣୀ ଉଇକେଟ ହାସଲକାରି ବୋଲର ସାବ୍ୟସ୍ତ ହୋଇଛନ୍ତି। ଆମୀର ଆଗାମୀ ମ୍ୟାଚ୍‌ରେ ଆମର ମୁଖ୍ୟ ଅସ୍ତ୍ର ହେବେ । ଆମୀର ଜଣେ ବିଶ୍ୱସ୍ତରୀୟ ବୋଲର। ତାଙ୍କୁ ବଲକୁ ଖେଳିବା ସେତେଟା ସହଜ ହେବ ନାହିଁ ବୋଲି ସର୍ଫରାଜ କହିଛନ୍ତି। ଅଷ୍ଟମ ଉଇକେଟ ଯୋଡିରେ ସର୍ଫରାଜ ଓ ଓ୍ବାହାବ ରିୟାଜ ରେକର୍ଡ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ମାତ୍ର ୧୫ ରନରେ ୩ ଉଇକେଟ ହରାଇ ଆମେ ପରାଜୟବରଣ କରିଥିଲୁ। ପୁଣି ପ୍ରଥମ ୨୦ ଓଭରରେ ଆମେ ଅତ୍ୟଧିକ ରନ ବ୍ୟୟ କରିଥିଲୁ। ପରେ ପ୍ରତ୍ୟବର୍ତ୍ତନ କରି ଭଲ ବୋଲିଂ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ୨୭୦-୨୮୦ ମଧ୍ୟରେ ସୀମିତ ରଖିପାରି ନ ଥିଲୁ। ମ୍ୟାଚ୍‌ ଜିତିବାକୁ ହେଲେ ଟପ୍‌ ଅର୍ଡର ୪ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ସଂଗ୍ରହ କରିବାକୁ ହେବ ବୋଲି ସର୍ଫରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri