ଭାରତ ବିପକ୍ଷରେ ଖେଳିପାରନ୍ତି ଅମଲା

ଲଣ୍ଡନ,୨ା୬(ପିଟି)- ଭେଟେରାନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଅମଲା ବୁଧବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇପାରନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ହେଲମେଟରେ ବଲ ବାଜିଥିବାରୁ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଖେଳିପାରି ନାହାନ୍ତି। ଏହାପରେ ମଧ୍ୟ ସେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିଲେ। ହାସିମ ଏବେ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିବାରେ ସଫଳ ହୋଇନାହାନ୍ତି। ଏଣୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ମ୍ୟାଚ୍‌ ପରେ ତାଙ୍କ ସମସ୍ୟାର ମୂଲ୍ୟାଙ୍କନ କରାଯିବ। ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇଯିବା ନେଇ ଆଶା କରାଯାଉଛି ବୋଲି ଟିମ୍‌ ମ୍ୟାନେଜର ମହମ୍ମଦ ମୁସାଜି କହିଛନ୍ତି।

Share