Categories: ଖେଳ

ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଥିବାରୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ଟି ଅଧିକ ଗୁରୁତ୍ୱବହନ କରୁଛି। ବାଂଲାଦେଶ ଦିଲ୍ଲୀ ଟି-୨୦ ଜିତିଥିବା ବେଳେ ଟିମ ଇଣ୍ଡିଆ ରାଜକୋଟରେ ଏକତରଫା ବିଜୟ ହାସଲ କରି ସିରିଜରେ କମବ୍ୟାକ୍‌ କରିଥିଲା। ବାଂଲାଦେଶ ଏହି ସିରିଜ ପୂର୍ବରୁ ଟି-୨୦ରେ କେବେ ହେଲେ ଭାରତକୁ ହରାଇ ନ ଥିଲା। ହେଲେ ଦିଲ୍ଲୀ ଟି-୨୦ରେ ରୋହିତ ବାହିନୀକୁ ହରାଇ ବାଂଲାଦେଶ ସବୁ କିଛି ଓଲଟପାଲଟ କରି ଦେଇଥିଲା। ତେଣୁ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ମହମଦୁଲ୍ଲାଙ୍କ ଦଳ ଜୋରଦାର ଚେଷ୍ଟା କରିବ।

Share