ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ହେଲା ମଜବୁତ

ପ୍ୟାରିସ,୧୦।୧୦: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ବୁଧବାର ସେ ତାଙ୍କର ଫ୍ରାନ୍ସ ସମକକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପାର୍ଲି ଦ୍ୱିପାକ୍ଷିତ ପ୍ରତିରକ୍ଷା ସମ୍ପର୍କରେ ଖୋଲାଖୋଲି କଥା ହୋଇଥିବା ସୂଚନା ମିଳିଛି। ଏହାସହ ଆତଙ୍କବାଦ ବିରୋଧରେ ଲଢିବାକୁ ସେ ସହଯୋଗ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାଜନାଥ ସିଂ ଓ ଫ୍ଲୋରେନ୍ସ ପାର୍ଲିଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବାର୍ଷିକ ମନ୍ତ୍ରୀ ସ୍ତରୀୟ ବୈଠକ ହୋଇଥିଲା। ଏଥିରେ ସାମୟିକ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଘଟଣାକ୍ରମକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା।

Share