ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରିଷି

ମୁମ୍ବାଇ: ବଲିଉଡ୍‌ ନାୟକ ରିଷି କପୁର ୨୦୧୮ ମସିହାରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ହେଲେ ସେଠାରେ ସେ କେଉଁ ରୋଗ ଚିକିତ୍ସା କରାଉଛନ୍ତି ତାହା ତାଙ୍କ ପରିବାର ତରଫରୁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ କ୍ୟାନ୍‌ସରରେ ପୀଡିତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୮ରୁ ଆଜି ପର୍ଯ୍ୟନ୍ତ ସେ ପତ୍ନୀ ନିତୁ କପୁରଙ୍କ ସହ ରହି ଚିକିତ୍ସିତ ହେଉଛନ୍ତି। ତେବେ ପୂର୍ବାପେକ୍ଷା ଏବେ ସେ ସୁସ୍ଥ ଥିବା କୁହାଯାଉଛି। କିନ୍ତୁ ଯେ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେ ଭାରତଫେରି ପାରିବେ ନାହିଁ। ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସେ ଭଲ ହୋଇ ଭାରତ ଫେରିବେ ବୋଲି ଅନୁମାନ କରାଯାଉଛି। ନିକଟରେ ରିଷି ଭାରତ ଫେରିବେ ବୋଲି ପୁଅ ରଣବୀର ମଧ୍ୟ ସୂଚନା ଦେଇଥିଲେ।

Share