ଭାରତ ପ୍ରତି ମୁହଁ ମୋଡୁଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ ଅଟକିଛି। ସରକାରଙ୍କ ଫୋକସ ଏବେ ରାଜନୈତିକ ପ୍ରସଙ୍ଗ ଉପରକୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏଥି ଲାଗି ଉଭୟ ଘରୋଇ ଏବଂ ବିଦେଶର ନିବେଶକମାନେ ଭୟଭୀତ ହୋଇ ଭାରତରେ ନିବେଶ ଲାଗି ମୁହଁ ମୋଡୁଥିବା ଫ୍ରାନ୍ସ ଅର୍ଥନୀତିଜ୍ଞ ଗାଏ ସୋରମାନ ମତ ଦେଇଛନ୍ତି।
ସୋରମାନ ଅର୍ଥନୀତି ସହ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଇକୋନୋମିକ୍ସ ଡଜ୍‌ ନଟ୍‌ ଲାଏ, ଏ ଡିଫେନ୍ସ ଅଫ୍‌ ଫ୍ରି ମାର୍କେଟ ଇନ୍‌ ଏ ଟାଇମ ଅଫ୍‌ କ୍ରାଇସିସ ଭଳି ପୁସ୍ତକ ସାମିଲ ରହିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ସଂରକ୍ଷଣବାଦ ଦୃଢ ହେଉଛି। ମୋଦି ପ୍ରଥମେ ଉଦ୍ୟୋଗୀଙ୍କୁ ପ୍ରାଥମିକତା ଦେବା ସ୍ବରୂପ ଏକ ଭାରତକୁ ଏକକ ବଜାର, ଲାଇସେନ୍ସ ରାଜ ବନ୍ଦ କରିବା, ଦୁର୍ନିତୀ ବିରୋଧି ପଦକ୍ଷେପ ଏବଂ ମେକ୍‌ ଇନ ଇଣ୍ଡିଆ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ମାତ୍ର ହଠାତ ଏହା ଅଧାରେ ରହି ଯାଇଛି। ସରକାର ଏବେ ନିଜେ ଅର୍ଥନୈତିକ ଏଜେଣ୍ଡାରୁ ଧ୍ୟାନ ହଟାଇ ଦେଇଛନ୍ତି। ସରକାର ରାଜନୈତିକ ପ୍ରସଙ୍ଗ ଉପରେ ଏବେ ଅଧିକ ଫୋକସ କରୁଥିବାରୁ ଭାରତ ଏବଂ ମୋଦି ସରକାରଙ୍କ ଲାଗି ଏହା ଏକ ପ୍ରତିଛବି ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ ହିନ୍ଦୁତ୍ୱ ଏବଂ ନାଗରିକତ୍ୱ ଆଇନ ନେଇ ସେ କିଛି ମତ ଦେବାକୁ ଚାହଁୁ ନ ଥିବା କହିଛନ୍ତି। ଏହା ତାଙ୍କର ପରିସର ବାହାରେ ଥିବା ସେ ପ୍ରକାଶ କରିଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଚାଲୁଥିବା ବେଳେ ଭାରତର ଅର୍ଥନୀତିକୁ ନେଇ ଚିନ୍ତିତ ଥିବା ସେ ମତ ଦେଇଛନ୍ତି। ନିବେଶ ଏବଂ ଅନୁଷ୍ଠାନଗୁଡିକର ବିଶ୍ୱାସ ପ୍ରସଙ୍ଗ ଦୃଢ ଭାବେ ଜଡିତ ରହିଥିବା ପ୍ରାୟ ଅଧିକାଂଶ ବିଶ୍ୱାସ କରି ନ ଥାନ୍ତି। ସେହିଭଳି ପରିସଂଖ୍ୟାନ ଉନ୍ନତ ଡାଟାର ଅଭାବ, ଜିଡିପି ମାପିବା ଲାଗି ଭାରତରେ ଠିକ୍‌ ପଦ୍ଧତିକୁ ନେଇ ସୋରମାନ ପ୍ରଶ୍ନ ଉଠାଇଛନ୍ତି। ଦେଶର ଅଭିବୃଦ୍ଧି ହାର ବର୍ତ୍ତମାନ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ ସେପ୍ଟେମ୍ବର ତ୍ରୈମାସରେ ଏହା ୪.୫%କୁ ଖସିଛି। ମାନ୍ଦାବସ୍ଥା ଯୋଗୁ ଭାରତରେ ନିବେଶ, ଚାହିଦା ଏବଂ ନିଯୁକ୍ତି ମଧ୍ୟ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri