Categories: ଜାତୀୟ

ଭାରତ ପାଖରେ ପର୍ଯ୍ୟାପ୍ତ ଔଷଧ ଗଚ୍ଛିତ ଅଛି, ଭୟ କରିବାର ଆବଶ୍ୟକାତା ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪।୨: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୪ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଔଷଧ ପାଇଁ ଭାରତ ଚାଇନା ଉପରେ ନିର୍ଭର କରୁଥିବାରୁ କରୋନା ଭାଇରସ ଯୋଗୁ ଏହା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ। ଭାରତରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି। ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ଭାରତରେ ମଧ୍ୟ କରୋନା ଭାଇରସ କିଛି ଲୋକଙ୍କ ଦେହରେ ଚିହ୍ନଟ ହୋଇଛି। ତେଣୁ ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଡା.ହର୍ଷବର୍ଦ୍ଧନ। ଏଥିସହ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ମଧ୍ୟ ସେ କହିଛନ୍ତି।

Share