Categories: ଜାତୀୟ

ଭାରତ-ପାକ୍‌ ସୀମାରୁ ମିଳିଲା ୨୦ ବର୍ଷ ତଳର ଲ୍ୟାଣ୍ଡମାଇନ୍‌

ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାସ୍ଥିତ ଭାରତ-ପାକ୍‌ ସୀମାରେ ୨୦ ବର୍ଷ ତଳର ପୁରୁଣା ଲ୍ୟାଣ୍ଡମାଇନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପୋଲିସ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷିତ ରଖିଛି।
ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯିବ : ପୋଲିସ ଏ ନେଇ ସେନାକୁ ଖବର ଦେଇଛି। ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଗଙ୍ଗାନଗର ଜିଲା ଘଡ଼ସାନା ଥାନା ଅନ୍ତର୍ଗତ ଭାରତ-ପାକ୍‌ ସୀମାରେ ୧୯ ଜିଡି ରାଓ୍ବଡି ଆଣ୍ଟି ପାର୍ସନ ମାଇନ୍‌ସ (ଲ୍ୟାଣ୍ଡମାଇନ୍‌) ଦେଖିବାକୁ ମିଳିଛି।
କାର୍ଗିଲ୍‌ ଯୁଦ୍ଧ ସମୟରେ ଏହା ବିଛା ଯାଇଥିଲା :
କାର୍ଗିଲ ଯୁଦ୍ଧ ସମୟରେ ପ୍ରାୟ ୨୦ ବର୍ଷ ତଳେ ଏଠାରେ ଏହି ଲ୍ୟାଣ୍ଡମାଇନ ବିଛା ଯାଇଥିଲା। ପୋଲିସ ସୂଚନା ଅନୁଯାୟୀ, ଚକ ନିବାସୀ ରାମ କୁମାର କୁମ୍ଭାରଙ୍କ କ୍ଷେତରୁ ଏହି ଲ୍ୟାଣ୍ଡମାଇନ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

Share