Categories: ଜାତୀୟ

ଭାରତ-ପାକିସ୍ତାନ ତିକ୍ତତା ଭିତରେ ୩ ଦିନିଆ ଚାଇନା ଗସ୍ତରେ ଗଲେ ଏସ୍‌.ଜୟଶଙ୍କର

ନୂଆଦିଲ୍ଲୀ, ୧୧।୮: ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି। ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି ପାକିସ୍ତାନ। ଏବେ ଏଥିରେ ହସ୍ତକ୍ଷେପ ପାଇଁ ଚାଇନା ସହଯୋଗ ଲୋଡିଛି। ଏପଟେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରବିବାରଠାରୁ ତିନିଦିନିଆ ଚାଇନା ଗସ୍ତରେ ଯାଇ ବେଜିଂରେ ପହଞ୍ଚିଛନ୍ତି। ଏହି ଗସ୍ତକାଳରେ ସେ ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱାଇଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଜୟଶଙ୍କଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ଚୀନ ସହ ସବୁ ଦ୍ୱିପାକ୍ଷିକ ବିଷୟ, ଆଞ୍ଚଳିକ ତଥା ଆନ୍ତର୍ଜାତିକ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Share