ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ ପରେ ଗୋଟିଏ ସମ୍ପର୍କକୁ ବନ୍ଦ କରିବାରେ ଲାଗିଛି। ଏବେ ଭାରତ ପାଇଁ ପାକିସ୍ତାନ ତା’ର ୩ଟି ଆକାଶ ମାର୍ଗକୁ ବି ବନ୍ଦ କରି ଦେଇଛି। ଅର୍ଥାତ୍‌ ପାକିସ୍ତାନ ଆକାଶମାର୍ଗରେ ୧୧ଟି ମଧ୍ୟରୁ ୩ଟିକୁ ଏବେ ପାକିସ୍ତାନ ବନ୍ଦ କରିଦେଇଛି। କୁହାଯାଉଛି କି ଲାହୋର ଆକାଶମାର୍ଗ ଦେଇ ଉଡୁଥିବା ବିଦେଶି ବିମାନ ଏବେ ୪୬ ହଜାର ଫୁଟ ତଳକୁ ଉଡି ପାରିବ ନାହିଁ। ହେଲ ପାକିସ୍ତାନର ଏଭଳି ନିଷ୍ପତ୍ତି ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏୟାର ଇଣ୍ଡିଆ କହିଛି।

Share