ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ ମଙ୍ଗଳବାର ଆମେରିକାଠାରୁ ୦-୮ ଗୋଲରେ ହାରି ବ୍ୟାକ୍ଫୁଟରେ ରହିଛି। ଅନ୍ୟପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇଥିଲା ଆଫ୍ରିକୀୟ ଦେଶ ମରକ୍କୋ। ଫଳରେ ବ୍ରାଜିଲ ମାତ୍ର ୧-୦ ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ଭାରତ-ମରକ୍କୋ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଲୋ ର଼୍ୟାଙ୍କପ୍ରାପ୍ତ ମରକ୍କୋକୁ ଭେଟୁଥିବାରୁ ଭାରତ ପାଇଁ ଏହି ମ୍ୟାଚ ସମ୍ମାନର ପ୍ରଶ୍ନ ହେବ।
ଆୟୋଜକ ଦେଶଭାବେ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଖେଳିବା ସୁଯୋଗ ପାଇଛି। ଅନ୍ୟପକ୍ଷରେ ମରକ୍କୋ ଆଫ୍ରିକାନ୍ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ବିଶ୍ୱକପ ଯୋଗ୍ୟତା ପଥରେ ଘାନା ପରି ଶକ୍ତିଶାଳୀ ଦଳକୁ ପେନାଲ୍ଟି ଶୁଟ୍ ଆଉଟରେ ପରାସ୍ତ କରିଥିଲା ମରକ୍କୋ। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଖେଳାଳିଙ୍କ ଫିଟ୍ନେସ, ସ୍ପିଡ୍, ଟେକ୍ନିକ ଆଦି ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ପଛରେ ପଡ଼ି ଯାଇଥିଲେ। ତେବେ ମରକ୍କୋ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ କୋଚ୍ ଥୋମାସ ଡେନର୍ବି ଆଶା ରଖିଛନ୍ତି। ”ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ“ ବୋଲି ଡେନର୍ବି କହିଛନ୍ତି। ଭାରତ ଏହାର ଶେଷ ଗ୍ରୁପ୍ ମ୍ୟାଚରେ ଟାଇଟଲ ଫେଭରାଇଟ ବ୍ରାଜିଲକୁ ଆଗାମୀ ୧୭ ତାରିଖରେ ଭେଟିବ। ତେଣୁ ମରକ୍କୋ ବିପକ୍ଷ ମ୍ୟାଚ ଜିତି ଦଳକୁ ମନୋବଳ ବଢ଼ାଇବାକୁ ପଡ଼ିବ। ଭାରତୀୟ ଖେଳାଳିଙ୍କ ନିକଟରେ ସ୍ପିଡ୍ ବଢ଼ାଇବାର କ୍ଷମତା ରହିଛି। ମାତ୍ର ଫୁଟବଲ ଖାଲି ରନିଂ କିମ୍ବା ସ୍ପ୍ରିଣ୍ଟ ଗେମ୍ ନୁହେଁ। ଉଚିତ ସମୟରେ ଠିକ୍ ନିଷ୍ପତ୍ତି ନେବା ବଡ଼କଥା ବୋଲି ଡେନର୍ବି କହିଛନ୍ତି।
ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକ୍କୋ ଅଧିକାଂଶ ସମୟ ରକ୍ଷଣାତ୍ମକ ଖେଳିଥିଲା। ସେମାନେ କେବଳ ୪ଟି ଶଟ୍ ବ୍ରାଜିଲ ଗୋଲପୋଷ୍ଟକୁ ଟାର୍ଗେଟ କରି ପାରିଥିଲେ। ବ୍ରାଜିଲ ଫରଓ୍ବାର୍ଡମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ନଚେତ ଏହି ଦଳ ବଡ଼ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ମରକ୍କୋ ଗୋଲପୋଷ୍ଟକୁ ବ୍ରାଜିଲ ଖେଳାଳି ୧୭ ଶଟ୍ ଟାର୍ଗେଟ କରିଥିଲେ। ଚାପର ବଶବର୍ତ୍ତୀ ନହୋଇ ଭାରତ ଆଗାମୀ ମ୍ୟାଚରେ ସ୍ବାଭାବିକ ଖେଳ ଖେଳିବାର ଅଛି। ଏହା ହେଲେ ଯାଇ ଘରୋଇ ଦଳପାଇଁ ବିଜୟ ସୁଯୋଗ ରହିବ।
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ
ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
Archives


