Categories: ଖେଳ

ଭାରତ ପକ୍ଷରୁ ଖେଳିବା ପାଇଁ ଅନ୍ୟ ଦେଶର ଅଧିନାୟକ ପଦ ଛାଡିଲେ, ଏବେ ରଣଜୀ ଟ୍ରଫିରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୩୧।୧୦:୨୦୧୮ ଦୁବାଇରେ ଖେଳାଯାଇଥିବା ଏସିଆ କପରେ ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଅଶୁଂମାନ ରଥ ଏବେ ଭାରତ ପାଇଁ ରଣଜୀ ଖେଳିବାକୁ ଯାଉଛନ୍ତି। ଏଥିପାଇଁ ସେ ହଂକଂ ଦଳର ଅଧିନାୟକ ପଦ ଛାଡିଛନ୍ତି। ରଣଜୀରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ଖେଲିବାକୁ ଲକ୍ଷ୍ୟ ରଖିଛନ୍ତି ଅଂଶୁମାନ। ସେ ବିଦର୍ଭ ପକ୍ଷରୁ ରଣଜୀ ଖେଳିବେ। ଏବେ ସେ ଭାରତ ଆସି ନାଗପୁରରେ ଭଡା ଘରେ ରହୁଛନ୍ତି। ଅଂଶୁମାନ ହଂକଂ ପକ୍ଷରୁ ୧୮ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୫୧.୭୫ ହାରରେ ୮୨୮ ରନ ସଂଗ୍ରହ କରିଛନ୍ତି। ଏଥର ଆଇପିଏଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିପାରେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ଏସିଆ କପରେ ସେ ଭାରତ ବିପକ୍ଷରେ ଖେଳି ୭୪ ରନର ପାଳି ଖେଲିଥିଲେ।

Share