Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଭାରତର ପ୍ରଥମେ ବ୍ୟାଟିଂ; କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ

ହାମିଲଟନ,୫।୨: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର ହାମିଲଟନର ସେଡନ ପାର୍କରେ ଆରମ୍ଭ ହୋଇଛି। ଘରୋଇ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୩୨ ଓଭରରେ ୩ ଉଇକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ପୃଥ୍ବୀ ଶ’ ଏବଂ ମୟଙ୍କ ଅଗ୍ରଓ୍ବାଲ୍‌ ଇନିଂଶ ଓପନ୍‌ କରିଥିଲେ। ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ୫୧ ରନରେ ଆଉଟ୍‌ ହୋଇଥିଲେ। ସେହିପରି ଶ୍ରେୟସ ଆଶାର ମଧ୍ୟ ଅର୍ଦ୍ଧଶତକ ହାସଲ କରି ଏବେ କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହ ବ୍ୟାଟିଂ କରୁଛନ୍ତି କେ.ଏଲ ରାହୁଲ। ଟି-୨୦ ସିରିଜକୁ ୫-୦ରେ କ୍ଲିନସୁଇପ କରିବା ପରେ ଭାରତୀୟ ଟିମ ଏବେ ଦିନିକିଆ ସିରିଜରେ ମଧ୍ୟ କିୱି ଟିମ ଉପରେ ଏହି ଦବଦବା ବଜାୟ ରଖିବାକୁ ପ୍ରୟାସ କରିବ।

Share