Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଟସ୍‌ ହାରି ଭାରତର ପ୍ରଥମ ବ୍ୟାଟିଂ

ୱେଲିଂଟନ,୨୧।୧: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୱେଲିଂଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ମାତ୍ର ୧୧୧ ରନ୍‌ ସ୍କୋରରେ ଅଧା ଟିମ୍‌ ଆଉଟ୍‌ ହୋଇଛନ୍ତି। ଅଜିଙ୍କେ ରାହାଣେ(୩୫) ଏବଂ ଋଷଭ ପନ୍ତ(୨) ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ପ୍ରରମ୍ଭରୁ ଟିମ୍‌ ସାଉଦି, ବୋଲ୍ଟ ଏବଂ ଜ୍ୟାମିସନ୍‌ଙ୍କ ପ୍ରଭାବୀ ବୋଲିଂ ଯୋଗୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ। ପୃଥ୍ବୀ ଶ’ ୧୬, ଚେତେଶ୍ୱର ପୂଜାରା ୧୧, ବିରାଟ କୋହଲି ମାତ୍ର ୨ ରନ୍‌ କରିଥିଲେ। ସେହିପରି ମୟଙ୍କ ଅଗ୍ରଓ୍ବାଲ ୩୪ ଏବଂ ହନୁମା ବିହାରୀ ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ମ୍ୟାଚରେ ଉଇକେଟକିପର୍‌ ଋଦ୍ଧିମାନ ଶାହଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି। ସୂଚନାଯୋଗ୍ୟ, ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଏପର୍ଯ୍ୟନ୍ତ ଖେଳିଥିବା ସବୁଯାକ ମ୍ୟାଚରେ ବିଜୟୀ ହୋଇଛି।

Share