Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଉଇକେଟ ହରାଇଲା ଭାରତ, ରୋହିତ ୧୭୬ ରନ୍‌ରେ ଆଉଟ୍‌

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଦ୍ୱିଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ସେ ୧୭୯ ରନ୍‌ କରି ଷ୍ଟମ୍ପ ଆଉଟ୍‌ ହୋଇଛନ୍ତି। ଫଳରେ ୩୧୭ରନ୍‌ ସ୍କୋର ଭାରତ ପ୍ରଥମ ଉଇକେଟ୍‌ ହରାଇଛି। କେଶବ ମହାରାଜାଙ୍କ ବଲରେ ସେ ଆଉଟ ହୋଇଛନ୍ତି। ରୋହିତଙ୍କ ଆଉଟ୍‌ ପରେ ଚେତେଶ୍ୱର ପୂଜାରା କ୍ରିଜକୁ ଆସିଛନ୍ତି। ଅନ୍ୟତମ ଓପନର୍‌ ୧୩୭ ରନରେ ଖେଳୁଛନ୍ତି। ପ୍ରଥମ ଦିନ ୧୧୫ ରନରେ ଅପରାଜିତ ଥିବା ରୋହିତ ଦ୍ୱିତୀୟ ଦିନ ୧୫୦ ରନ୍‌ ପୂରଣ କରିଥିଲେ। ସେହିପରି ମୟଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି।

Share