Posted inଖେଳ

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ

ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବାରୁ ସିରିଜ ହାତେଇବା ପାଇଁ ଏବେ ଉଭୟ ଦଳକୁ ବାକିଥିବା ୨ଟି ମ୍ୟାଚ୍‌ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଫଳରେ ମୋହାଲିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ର ଗୁରୁତ୍ୱ ଆହୁରି ବଢିଯାଇଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଫର୍ମକୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ଅଛି। ଫଳରେ ପନ୍ତ ଚାପରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଆଉ ମାତ୍ର ଗୋଟିଏ ବର୍ଷରୁ ସାମାନ୍ୟ କିଛି ଅଧିକ ସମୟ ରହିଛି। ଏପରି ସ୍ଥଳେ ଅଧିନାୟକ ବିରାଟ କୋହଲି ଦଳ ଗଠନକୁ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଯୁବ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିବା ଉପରେ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଧିକ ସୁଯୋଗ ଦେବାରୁ ସୁବିଧା ନ ଥିବାରୁ ଯୁବ ଖେଳାଳିମାନେ ସୀମତ ମ୍ୟାଚ୍‌ ତଥା ସମୟ ମଧ୍ୟରେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରତିପାଦନ କରିବାକୁ ପ୍ରୟାସ କରିବେ ବୋଲି ସେ ଆଶା ରଖିଛନ୍ତି।
ଏମାନଙ୍କ ମଧ୍ୟରେ ରହିଛନ୍ତି ୨୧ ବର୍ଷୀୟ ପନ୍ତ। ୨୦୧୭ରେ ସେ ପଦାର୍ପଣ କରିଥିବାରୁ ତାଙ୍କୁ ଏବେ ଯୁବ ଖେଳାଳି ବୋଲି କୁହାଯାଇ ପାରିବ ନାହିଁ। ଏହି ସିରିଜରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବଲ୍‌ ବୋଲିଂ କରାଯାଇନାହିଁ। ଏହା ସତ୍ତ୍ୱେ ପନ୍ତ ସମସ୍ତଙ୍କ ନଜରରେ ରହିଛନ୍ତି। ବାରମ୍ବାର ବେପରୁଆ ଭାବେ ଭୁଲ ଶଟ୍‌ ଚୟନ କରି ପନ୍ତ ନିଜର ଉଇକେଟ ଫୋପାଡି ଆସିଛନ୍ତି। ଆଉ ଏଭଳି ଭୁଲ ନ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କୁ ଅବଶ୍ୟ ସତର୍କ କରାଇଥିବ। ପ୍ରଥମ ମ୍ୟାଚ ପୂର୍ବରୁ ମଧ୍ୟ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଏ ନେଇ ପନ୍ତଙ୍କୁ ଅବଗତ କରାଇଥିଲେ। ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତ୍ରିନିଦାଦରେ ଅନୁଷ୍ଠିତ ମ୍ୟାଚ୍‌ରେ ପନ୍ତ ଖରାପ ଶଟ୍‌ ଚୟନ କରି ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ। ତେଣୁ ଏ ଭଳି ତ୍ରୁଟି ସେ ଯେପରି ନ ଦୋହରାନ୍ତି ସେ ପ୍ରତି ଧ୍ୟାନ ରହିବାର ଆବଶ୍ୟକତା ରହିଛି ବୋଲି ଶାସ୍ତ୍ରୀ କହିଛନ୍ତି। ଜଣେ ଖେଳାଳିଙ୍କ ପ୍ରତିଭା ଥାଉ କି ନଥାଏ ଏଭଳି ତ୍ରୁଟି ଦୋହରାଇବା ଅନାବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋହଲି ମଧ୍ୟ ଧୋନୀଙ୍କୁ ଦଳରେ ନେବାକୁ ଇଚ୍ଛୁକ ରହିଛନ୍ତି। ଏପରି ସ୍ଥଳେ ନିଜ ପ୍ରତିଭାର ଯଥାର୍ଥତା ପ୍ରମାଣ ଦେବାକୁ ପନ୍ତଙ୍କୁ ଉପରେ ଚାପ ବଢିବାରେ ଲାଗିଛି।
ସୋମବାର ନେଟ୍ସରେ ଅବଶ୍ୟ ପନ୍ତ ଜୋରଦାର ଅଭ୍ୟାସ କରିଛନ୍ତି। ପନ୍ତଙ୍କୁ ବାଦ୍‌ ଦେଲେ ଲେଗ୍‌ ସ୍ପିନର ରାହୁଲ ଚହର ଓ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର ଉପରେ ମଧ୍ୟ ଚାପ ରହିଛି। କୁଲଦୀବ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ପଛରେ ପକାଇ ଏହି ଦୁଇ ସ୍ପିନରଙ୍କୁ କ୍ରମାଗତ ଦ୍ୱିତୀୟଥର ପାଇଁ ସିରିଜରେ ସାମିଲ କରାଯାଇଛି। ବିଶ୍ୱକପ୍‌ ପୂର୍ବରୁ ୨୦ଟି ଟି୨୦ ମ୍ୟାଚ୍‌ ଖେଳାଯିବ। ୮,୯ ଓ ୧୦ ନମ୍ବର ଖେଳାଳି ରନ୍‌ ସ୍କୋର କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଦଳରେ ବ୍ୟାଟିଂ ଗଭୀରତ ରହିବା ଉପରେ ଗୁରୁତ୍ୱ ଦିଆଯାଉଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ପାଇଁ ମଧ୍ୟ ଏହି ସିରିଜ ବେଶ୍‌ ଗୁରୁତ୍ୱ ବହନ କରୁଛି। ମିଡଲ ଅର୍ଡରରେ ଏହି ଦୁଇ ଖେଳାଳି ଚମକ ଦେଖାଇବେ ବୋଲି ଆଶା କରାଯାଉଛି। ସେହିପରି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେଭଳି କିଛ ଖାସ୍‌ କରିପାରି ନ ଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ପାଇଁ ଏହି ସିରିଜ ସୁଯୋଗ ସୃଷ୍ଟି କରିଛି। ଧାଓ୍ବନ ଏହି ଗ୍ରାଉଣ୍ଡରେ ଟେଷ୍ଟରେ ପଦାର୍ପଣ କରି ୧୮୭ ରନର ଶତକୀୟ ପାଳି ଖେଳିଥିଲେ। ପୁଣି ମୋହଲିରେ ଗତ ମାର୍ଚ୍ଚରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ୧୪୩ ରନର ଶତକୀୟ ପାଳି ଖେଳିଥିଲେ। ଫଳରେ ଏଠାରେ ସେ ପୁଣି କମାଲ କରିବା ଆଶା କରାଯାଉଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରକା ପାଇଁ ଭାରତକୁ ହରାଇବା ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଦଳ ପୁନର୍ଗଠନ ପ୍ରକ୍ରିୟ ଦେଇ ଗତି କରୁଥିବାରୁ ଦକ୍ଷିଣ ଆଫ୍ରିକା କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବ। ତାରକା ଦ୍ରୁତ ବୋଲର କାଗିସୋ ରାବାଡ଼ାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଘରୋଇ ଦଳ ପାଇଁ ଅବଶ୍ୟ ସମସ୍ୟା ସୃଷ୍ଟି କରାଇବ। ମ୍ୟାଚ୍‌ ଜିତିବା ପାଇଁ ଭାରତୀୟ ଅଧିନାୟକ କୋହଲିଙ୍କୁ ରୋକିବାକୁ ଭ୍ରମଣକାରୀ ବୋଲର ପ୍ରୟାସ କରିବେ। ଏହି ମ୍ୟାଚ୍‌ର କଡ଼ା ସଂଘର୍ଷ ଦେଖବାକୁ ମିଳିବ ଓ ଏହା ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ- କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପନ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନ ଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜୁନିୟର ଡାଲା, ବିଜର୍ନ ଫଚ୍ୟୁନ୍‌, ବେଉରାନ ଡେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ୍‌ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାଓ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବ୍ରେଜ୍‌ ଶାମସି ଓ ଜର୍ଜ ଲିଣ୍ଡେ।
ସମୟ: ୭ଟା
ସ୍ଥାନ: ମୋହାଲି


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri