ଭାରତ ଟପ୍‌, ତାଲିକା ଶେଷରେ ପାକିସ୍ତାନ

ଲଣ୍ଡନ,୨୬।୬- ମ୍ୟାଚ୍‌ରେ କ୍ୟାଚ୍‌ ହାତଛଡ଼ା କରିବା ବିଶ୍ୱକପ୍‌ରେ ବେଳେବେଳେ ମହଙ୍ଗା ପଡ଼େ। ଏହା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ସହ ଏପର୍ଯ୍ୟନ୍ତ ଘଟିନାହିଁ। ଟିମ୍‌ ଇଣ୍ଡିଆ ଏଯାଏ ମାତ୍ର ଗୋଟିଏ କ୍ୟାଚ୍‌ ହାତଛଡ଼ା କରିଛି, ଯାହା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକଠାରୁ ଭଲ ପ୍ରଦର୍ଶନ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୟୁଜ୍‌ବେନ୍ଦ୍ର ଚହଲଙ୍କ ବୋଲିଂରେ ଲୋକେଶ ରାହୁଲ କ୍ୟାଚ୍‌ ଛାଡ଼ିଥିଲେ। ଏହି ତାଲିକାରେ ପାକିସ୍ତାନ ସବୁ ଦଳ ତଳେ ରହିଛି। ସର୍ଫରାଜ ଅହମ୍ମଦଙ୍କ ଦଳ ଏପର୍ଯ୍ୟନ୍ତ ୧୪ଟି ସୁଯୋଗ ହାତଛଡ଼ା କରିସାରିଛି। ପାକିସ୍ତାନ ଦଳର ଖେଳାଳିମାନେ ଚଳିତ ବିଶ୍ୱକପ୍‌ରେ ୩୫ ପ୍ରତିଶତ କ୍ୟାଚ୍‌ ଜରିଆରେ ଉଇକେଟ ନେବାର ସୁଯୋଗ ବେକାର କରିଛନ୍ତି। ଫିଲ୍ଡିଂରେ ଦ୍ୱିତୀୟ ଖରାପ ଦଳ ହେଉଛି ଆୟୋଜକ ଇଂଲଣ୍ଡ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ୧୨ କ୍ୟାଚ୍‌ ଛାଡ଼ିଛି। ଅପ୍ରତ୍ୟାଶିତ ଭାବେ ନ୍ୟୁଜିଲାଣ୍ଡ ୯ କ୍ୟାଚ୍‌ ହାତଛଡ଼ା କରିଛି। ଭାରତୀୟ ଦଳର ଫିଲ୍ଡିଂରେ ସଫଳତା ଲାଗି ଏକ ଭିନ୍ନ ନୀତି ଆପଣେଇଥିବା ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର କହିଛନ୍ତି। ଭିନ୍ନ କ୍ୟାଚ୍‌ ଲାଗି ଆମେ ପଏଣ୍ଟ ବ୍ୟବସ୍ଥା କରିଛୁ। ସିଧାସଳଖ କ୍ୟାଚ୍‌ ଧରିବା ଲାଗି ଗ୍ରେଡ୍‌ ଓ୍ବାନ୍‌। ଚାପରେ ଫିଲ୍ଡର ଉଦ୍ୟମ କରି ଯେଉଁ କ୍ୟାଚ୍‌ ଧରନ୍ତି, ସେଥିଲାଗି ୨ ପଏଣ୍ଟ ପ୍ରଦାନ କରାଯାଏ। ଏହା ବ୍ୟତୀତ ହାଫ୍‌ ଚାନ୍ସ କ୍ୟାଚ୍‌ ଧରିଲେ ଫିଲ୍ଡରଙ୍କୁ ସର୍ବାଧିକ ୪ ପଏଣ୍ଟ ମିଳେ। ଏହି କ୍ୟାଚ୍‌ ହାତଛଡ଼ା ହେଲେ କୌଣସି ଖେଳାଳି କାହାକୁ ପ୍ରଶ୍ନ କରନ୍ତି ନାହିଁ। କିନ୍ତୁ ଏହି କ୍ୟାଚ୍‌ ମ୍ୟାଚ୍‌ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସେହିଭଳି ସିଧାସଳଖ କ୍ୟାଚ୍‌ ହାତଛଡ଼ା କରିଥିବା ଫିଲ୍ଡରଙ୍କ ଦୁଇ ପଏଣ୍ଟ କାଟି ଦିଆଯାଏ ବୋଲି ଶ୍ରୀଧର କହିଛନ୍ତି। କେବଳ କ୍ୟାଚ୍‌ ପାଇଁ ନୁହେଁ, ମିସ୍‌ ଫିଲ୍ଡ, ଥ୍ରୋ ଓ ରନ୍‌ଆଉଟ ଲାଗି ମଧ୍ୟ କିଛି ନୀତି ନିର୍ଦ୍ଧାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri