Categories: ଜାତୀୟ

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମନା କରାଯାଇଥିଲା। ପରେ ଫ୍ରିଡେରିକ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଥିଲେ। ଏନେଇ ସୁଷମା ସ୍ବରାଜ ରିପୋର୍ଟ ତଲବ କରଥିଲେ। ଦେଶରେ ଫ୍ରିଡେରିକ ଗୋସୁରକ୍ଷା ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଭିଜା ଅବଧି ବଢ଼ାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ସେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ ପାଇଁ ତାଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୫ବର୍ଷ ପୂର୍ବେ ଭାରତର ଉତ୍ତର ପ୍ରଦେଶର ମଧୁରା ନଗରୀକୁ ବୁଲିବାକୁ ଆସିଥିଲେ ଫ୍ରିଡେରିକ୍‌। ସେଠାରେ ଗାଈଙ୍କ ପାଳନରେ ଅବ୍ୟବସ୍ଥା ଦେଖି ଗୋସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ଭାରତରେ ରହି ଗୋସେବା କରୁଛନ୍ତି। ମଥୁରାରେ ଏକ ଗୋଶାଳା କରି ୨୫୦୦ ଗାଈ ସେ ରଖିଛନ୍ତି।

Share