ଭାରତ ଛାଡ଼ି ପଳାଉଥିବା ୩୫୦ ବାଂଲାଦେଶୀ ଗିରଫ

ଢ଼ାକା,୩୦।୧୨: ସିଏଏ ଲାଗୁ ହେବା ପରେ ଭାରତ-ବାଂଲାଦେଶ ସୀମାରେ ବାସ କରୁଥିବା କେତେକ ଲୋକ ଭୟରେ ବାସ ସ୍ଥାନ ଛାଡ଼ିଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା ୩୫୦ ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫଙ୍କ ମଧ୍ୟରେ ପୁରୁଷ, ମହିଳା ଏବଂ ଛୋଟ ଶିଶୁ ରହିଛନ୍ତି। ଭାରତ ସୀମାରେ ଥିବା ଜନୈଦା ଜିଲାର ମୋହେଶପୁର ଅଞ୍ଚଳରେ ଏସବୁ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିବା ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ସୀମାରେ କଡ଼ା ନଜର ରଖାଯାଇଥିବା ମେଜର କମରୁଲ୍‌ ଇସଲାମ୍‌ କହିଛନ୍ତି। ଅନୁପ୍ରବେଶକାରୀମାନେ ବ୍ୟବସାୟ କରିବା ପାଇଁ ଭାରତ ଆସିଥିବା କହୁଥିଲେ ମଧ୍ୟ କୌଣସି ବୈଧ ପ୍ରମାଣ ପତ୍ର ଦେଖାଇପାରୁ ନ ଥିବା ସେ କହିଛନ୍ତି।

Share