Categories: ଜାତୀୟ

ଭାରତ-ଚାଇନା ସୀମା ବିବାଦ: ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,୧୬।୬: ଚାଇନା ସୈନ୍ୟଙ୍କ ସହ ଲଦାଖ ସୀମାରେ ହୋଇଥିବା ସଂଘର୍ଷକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ସିଡିଏସ୍‌ ମୁଖ୍ୟ ବିପିନ ରାଓ୍ବତଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ୩ସେନାର ଅଧ୍ୟକ୍ଷ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଭାରତ ଓ ଚାଇନା ସୀମା ବିବାଦକୁ ନେଇ ଆଲୋଚନା ହୋଇଥିଲା। ତେବେ ରାଜନାଥ ଏହି ପୁରା ଘଟଣାର ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ। କୁହାଯାଉଛି ଏହି ପ୍ରସଙ୍ଗରେ ଚାଇନା ବିରୋଧରେ ଭାଇତ ବଡ଼ ପଦକ୍ଷେପ ନେଇପାରେ। ସୂଚନାଯୋଗ୍ୟ, ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ହୋଇଥିବା ଗୁଳି ଚାଳନାରେ ଭାରତର ୩ଜଣ ଯବାନ ଶହୀଦ ହୋଇଥିବା ବେଳେ ଚାଇନାର ୫ଜଣ ସୈନ୍ୟ ନିହତ ହୋଇଛନ୍ତି। ତେବେ ଦୀର୍ଘ ୪୫ବର୍ଷ ପରେ ଭାରତ-ଚାଇନା ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Share