Categories: ଜାତୀୟ

ଭାରତ-ଚାଇନା ବିବାଦକୁ ନେଇ ସର୍ବଦଳୀୟ ବୈଠକ: ଏଏପି ବ୍ୟତୀତ ସାମିଲ ହେଲେ ୨୦ ଦଳ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦଳ ଆମ ଆଦମୀ ପାର୍ଟି(ଏଏପି)କୁ ଡକାଯାଇ ନ ଥିବା ଜଣାପଡିଛି। ଏହାକୁ ନେଇ ଏଏପି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି। ଏଥିରେ ବିଭିନ୍ନ ଦଳର ଅଧ୍ୟକ୍ଷ ସାମିଲ ହୋଇଛନ୍ତି। ଏହାସହ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଧ୍ୟ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରୁଛନ୍ତି। ତେବେ ବୈଠକ ଆରମ୍ଭରୁ ଚାଇନା ସୀମାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ବୈଠକ ଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଚାଲିଥିବା ବେଳେ ଏଥିରେ ୨୦ଟି ଦଳ ଯୋଗ ଦେଇଥିବା କହିଛନ୍ତି ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ।

Share