Categories: ବାଣିଜ୍ୟ

ଭାରତ ଉପରେ ୟୁଏସ୍‌ କମ୍ପାନୀଙ୍କ ନଜର

ନୂଆଦିଲ୍ଲୀ,୩୦ ।୪: ଚାଇନାରେ ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ୟୁନାଇଟେଡ୍‌ ଷ୍ଟେଟସ ଅଫ୍‌ ଆମେରିକା(ୟୁଏସ୍‌)ର କମ୍ପାନୀଗୁଡିକ ପରିଚାଳନାରେ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ କିଛି କମ୍ପାନୀ ଚାଇନାରୁ ବାହାରି ଆସିବାକୁ ମନ ବଳାଇଛନ୍ତି। ଏହି କମ୍ପାନୀଗୁଡିକର ନଜର ଏବେ ଭାରତ ବଜାର ଉପରେ ରହିଛି। ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟସ ସହ କମ୍ପାନୀଗୁଡିକ ବୈଠକ ମଧ୍ୟ କରିଛନ୍ତି। ଯଦି କୌଣସି ଆମେରିକୀୟ କମ୍ପାନୀ ଭାରତ ଆସିବା ଲାଗି ଇଚ୍ଛୁକ ସେମାନଙ୍କ ଲାଗି ରେଡ୍‌ କାର୍ପେଟ ପ୍ରସ୍ତୁତ କରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡିକୁ ସୋମବାର ପରାମର୍ଶ ଦେଇଥିଲେ। ଯଦି କମ୍ପାନୀଗୁଡିକ ଭାରତରେ ନିବେଶ କରିବାକୁ ଚାହାନ୍ତି ସେ ସମ୍ପର୍କିିତ ସୁଯୋଗ ହାତଛଡା ନ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତରେ ନିବେଶକୁ ମଧ୍ୟ ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟସ ସମର୍ଥନ କରୁଛି। ଏଣୁ ଆଗାମୀ ଦିନରେ କମ୍ପାନୀଗୁଡିକ ଭାରତରେ ନିବେଶ କରିବା ନେଇ ଅନେକ ସମ୍ଭାବନା ରହିଛି।

Share