ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଚାଲିଯିବା ସମ୍ଭାବନା ରହିଛି। ମାନ୍ଦାବସ୍ଥା ପ୍ରଭାବ ଭାରତ ସମେତ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ଉପରେ ଦେଖାଯାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟଲିନା ଜିଓରଜିଏଭା କହିଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟ ଦାୟିତ୍ୱ ଭାର ସମ୍ଭାଳିବା ପରେ ମାନ୍ଦାବସ୍ଥା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି।
– ଅଭିବୃଦ୍ଧି ଆକଳନ କମାଇଲା ରିଜର୍ଭ ବ୍ୟାଙ୍କ
୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଲାଗି ଭାରତର ଜିଡିପି ଅଭିବୃଦ୍ଧି ହାର ୫%କୁ ଖସିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଦେଶର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୧%କୁ ହ୍ରାସ କରିଛି। ଖସୁଥିବା ଜିଡିପି ଅଭିବୃଦ୍ଧି ଉପରେ ରୋକ ଲଗାଇବା ଲାଗି ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ମାତ୍ର ବିଶ୍ୱ ମାନ୍ଦାବସ୍ଥା ପ୍ରଭାବ ଭାରତ ବଜାର ଉପରେ ପଡିଥିବାରୁ ଏହା ବର୍ତ୍ତିପାରିନାହିଁ।
– ବାଣିଜ୍ୟ ଯୁଦ୍ଧର ନକାରାତ୍ମକ ପ୍ରଭାବ
ଜିଓରଜିଏଭା କହିଛନ୍ତି, ଗତ ୨ ବର୍ଷ ତଳେ ବିଶ୍ୱର ଅର୍ଥ ବ୍ୟବସ୍ଥା ଏକ ସକରାତ୍ମକ ଦିଗରେ ଅଗ୍ରସର ହେଉଥିଲା। ଜିଡିପିକୁ ବିଚାରକଲେ ଏହି ସମୟରେ ବିଶ୍ୱ ଅର୍ଥନୀତିର ମୋଟ ୭୫% ଅଂଶ ଅଭିବୃଦ୍ଧି କରୁଥିଲେ। ମାତ୍ର ବର୍ତ୍ତମାନ ବାଣିଜ୍ୟ ଯୁଦ୍ଧର ପ୍ରଭାବ ଏହା ଉପରେ ପରିଲକ୍ଷିତ ହେଉଛି। ଏହି କାରଣରୁ ବିକାଶ ହାର ଅଟକିଯାଇଛି। ଆଲୋଚନା ମାଧ୍ୟମରେ ବାଣିଜ୍ୟ ବିବାଦର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ନକାରାତ୍ମକ।
– ଅଭିବୃଦ୍ଧିଶୀଳ ବଜାର ପ୍ରଭାବିତ
ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ଆମେରିକା ଏବଂ ଜର୍ମାନୀ ଭଳି ଦେଶଗୁଡିକରେ ବେରୋଜଗାରି ସର୍ବକାଳୀନ ନିମ୍ନ ସ୍ତରରେ ରହିଛି। ଅପରପକ୍ଷରେ ଜାପାନ ଏବଂ ୟୁରୋପର ଅନ୍ୟ ଦେଶଗୁଡିକର ଆର୍ଥତ୍କ ଗତିବିଧି କମ୍‌ ହୋଇଛି। ଏଭଳି ସ୍ଥିତିରେ ଭାରତ ଏବଂ ବ୍ରାଜିଲ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକରେ ମାନ୍ଦାବସ୍ଥାର ପ୍ରଭାବ ଗଭୀର ଭାବେ ପରିଲକ୍ଷିତ ହୋଇଥିବା ସେ ମତ ରଖିଛନ୍ତି।
– ଆଇଏମ୍‌ଏଫ୍‌ ହ୍ରାସ କଲା ଅଭିବୃଦ୍ଧି ଅନୁମାନ
୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ଆଇଏମ୍‌ଏଫ୍‌ ହ୍ରାସ କରିଛି। ପୂର୍ବର ଅଭିବୃଦ୍ଧି ଆକଳନ ତୁଳନାରେ ଆଇଏମ୍‌ଏଫ୍‌ ୦.୩୦% ହ୍ରାସ କରି ୭% ରଖିଛି। ଭାରତରେ ଚାହିଦାରେ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।
– ସରକାରଙ୍କ ପଦକ୍ଷେପ
ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ବିଦେଶୀ ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଅତିଧନୀଙ୍କ ଉପରେ ଲାଗୁ ହେଉଥିବା ସୁପର ରିଚ୍‌ ଟାକ୍ସ ହାର ହ୍ରାସ ହୋଇଛି। କର୍ପୋରେଟ ଟିକସକୁ ମଧ୍ୟ ହ୍ରାସ କରାଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ଉତ୍ସାହିତ କରିବା ଲାଗି ଜିଏସ୍‌ଟି ରିଫଣ୍ଡ ନିୟମକୁ ସରଳ କରାଯାଇଛି। ଷ୍ଟାର୍ଟଅପଗୁଡିକ ଲାଗି ଟିକସ ରିହାତି ଏବଂ ସେମାନଙ୍କ ଲାଗି ରହିଥିବା ବିଭିନ୍ନ ପ୍ରକ୍ରିୟାକୁ ସରଳ କରାଯାଇଛି।
– ରିଜର୍ଭ ବ୍ୟାଙ୍କର ଲଗାତର ରେପୋ ହ୍ରାସ
ଅର୍ଥନୀତିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ବା ରେପୋ ହାରକୁ ନିରନ୍ତର ଭାବେ ହ୍ରାସ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ୧.୩୫% ସୁଧହାର କମାଇଛି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ୧୨ ବଡ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ବ୍ୟାଙ୍କଗୁଡିକରେ ନଗଦ ସମସ୍ୟା ଦୂର କରିବା ଲାଗି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଅଧିକ ଋଣ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ। ସେହିଭଳି ରେପୋ ସଂଯୋଗୀ ଋଣ ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri